ଚାଣକ୍ୟ ନୀତି : ଜୀବନରେ ସଫଳତା ପାଇବା ପାଇଁ ହେଲେ ତ୍ୟାଗ କରନ୍ତୁ ଏହି ୫ଟି ଜିନିଷ

ଚାଣକ୍ୟଙ୍କ ନୀତି ଅନୁସାରେ ଯଦି କୌଣସି କାମରେ ବାରମ୍ବାର ବାଧା ସୃଷ୍ଟି ହେଉଛି ତାହେଲେ ନିଜର ଲକ୍ଷ୍ୟ ନୁହେଁ , ସେହି କାମ କରିବାର ମାର୍ଗ ବଦଳାଇ ଦେବା ଉଚିତ୍‌ । ସଫଳତା ପାଇବା ପାଇଁ ହେଲେ ଏହି ୫ଟି ଜିନିଷ ତ୍ୟାଗ କରିବା ଦ୍ୱାରା ଲକ୍ଷ୍ୟ ହାସଲ କରିବାର ବାଟ ମିଳିଥାଏ ।

ଚାଣକ୍ୟ ଜଣେ ମହାନ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ ପରମ ଜ୍ଞାନୀ ଥିଲେ । ତାଙ୍କ ନୀତି ଦ୍ୱାରା ଆମ ଜୀବନରେ ଆସୁଥିବା ସମସ୍ୟାକୁ ସମାଧାନ କରିବା ପାଇଁ ସାହସ ମିଳିଥାଏ । ଚାଣକ୍ୟଙ୍କ ନୀତି ଅନୁସାରେ ଯଦି କୌଣସି କାମରେ ବାରମ୍ବାର ବାଧା ସୃଷ୍ଟି ହେଉଛି ତାହେଲେ ନିଜର ଲକ୍ଷ୍ୟ ନୁହେଁ , ସେହି କାମ କରିବାର ମାର୍ଗ ବଦଳାଇ ଦେବା ଉଚିତ୍‌ । ସଫଳତା ପାଇବା ପାଇଁ ହେଲେ ଏହି ୫ଟି ଜିନିଷ ତ୍ୟାଗ କରିବା ଦ୍ୱାରା ଲକ୍ଷ୍ୟ ହାସଲ କରିବାର ବାଟ ମିଳିଥାଏ ।

ଭୟ : ଭୟ ସମସ୍ତଙ୍କ ମନରେ ଥାଏ । ଯେବେ ଆମ ଜୀବନର ଲକ୍ଷ୍ୟ ବଡ ହୋଇଥାଏ ସେତେବେଳେ ପ୍ରଥମେ ଅସଫଳ ହେବାର ଭୟ ଆମ ମନରେ ରହିଥାଏ ଚାଣକ୍ୟଙ୍କ ନୀତିରେ ଭୟ ଆମ ମନର ଭାବନା ଛଡା କିଛି ନୁହେଁ । ଲକ୍ଷ୍ୟ ହାସଲ କରିବା ପାଇଁ ହେଲେ କଷ୍ଟ କରିବାକୁ ପଡେ ଭୟକରିବାକୁ ମୁଁହେ । ଡର ଛାଡ଼ି ନିଜ ଲକ୍ଷ୍ୟ ଆଡକୁ ବଢିବା ଦ୍ୱାରା ତାହା ଶୀଘ୍ର ହାସଲ ହୋଇଥାଏ ।

ଲୋକଙ୍କ କଥାକୁ ବେଖାତିର କରିବା : ମଣିଷ ଜୀବନରେ କୌଣସି କାମ ଛୋଟ କି ବଡ ହୋଇନଥାଏ । ଚାଣକ୍ୟଙ୍କ ନୀତି ଅନୁସାରେ ଯଦି କୌଣସି କାମରେ ରୁଚି ଅଛି କିମ୍ବା ସେହି କାମ କରିବାର କ୍ଷମତା ମଧ୍ୟ ଅଛି ତାହେଲେ ପୁରା ମନ ଦେଇ ସେହି କାର୍ଯ୍ୟ କରିବା ଉଚିତ୍‌ । ଲୋକମାନେ ଆମକୁ କଣ କହିବେ ଆଉ କଣ ଭାବିବେ ତାହା ଚିନ୍ତା ନ କରି ସେମାନଙ୍କ କଥାକୁ ବେଖାତିର କରି ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିବା ।

ନକାରାତ୍ମକ ବିଚାର : ମଣିଷର ନିଜ ଉପରେ ଭରସା ଥିଲେ ହିଁ ଯେକୌଣସି କାର୍ଯ୍ୟରେ ବିଜୟ ହାସଲ କରିପାରିବ । ଜୀବନରେ ସଫଳତା ପାଇବା ପାଇଁ ସମସ୍ତ ପ୍ରକାରର ନକାରାତ୍ମକ ବିଚାରକୁ ତ୍ୟାଗ କରି , ନିଜ ଉପରେ ବିଶ୍ୱାସ ରଖିବା ଉଚିତ୍‌ । ଏହି ସବୁ ନକାରାତ୍ମକ କଥାରୁ ଦୂରେଇ ରହିଥିଲେ ବୋଲି ଚାଣକ୍ୟ ତାଙ୍କ ନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ସାଧାରଣ ବାଳକକୁ ମଧ୍ୟ ଭାରତର ସମ୍ରାଟ କରିଥିଲେ ।

ଚିନ୍ତା ଓ ଭାବନା : ଚାଣକ୍ୟଙ୍କ ନୀତି ଅନୁସାରେ ଏକ ସଫଳ ବ୍ୟକ୍ତି ସବୁବେଳେ ନିଜର ବର୍ତ୍ତମାନକୁ ଉପଯୋଗ କରି ଆଗକୁ ବଢି଼ଥାଏ । ସେଥି ପାଇଁ ନିଜ ଭବିଷ୍ୟକୁ ନେଇ ଚିନ୍ତା ନ କରି ଆଗକୁ ବଢିବା ଉଚିତ୍‌।

ଅହଙ୍କାର ଭାବ : ସଫଳତା ପାଇବା ଯେତିକି କଷ୍ଟ ହୋଇଥାଏ , ତା ଠାରୁ ଅଧିକ କଠିନ ହୋଇଥାଏ ସେହି ସଫଳତାକୁ ବଜେଇ ରଖିବା । ଜୀବନରେ ସଫଳ ହେବା ପରେ ଅନେକ ଲୋକଙ୍କ ମନରେ ଅହଙ୍କାର ଭାବ ଆସିଥାଏ । ସେହି ଅହଙ୍କାର ଯୋଗୁ ମଣିଷର ପତନ ହୋଇଥାଏ । ଏହି ସବୁ ସଫଳତା ବଜେଇ ରଖିବା ପାଇଁ କେବେବି ନିଜ ପଦ ଆଉ ପଇସାର ଅଭିମାନ କରିବା ଉଚିତ୍‌ ନୁହେଁ ।

ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନରେ ଏହି ୫ଟି ଜିନିଷ ତ୍ୟାଗ କଲେ ସଫଳତା ମିଳିବା ସହ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ । ସେଥିପାଇଁ ମଣିଷ ତା ଜୀବନରେ ଏହିପରି ଚିନ୍ତାଧାରା ରଖିବା ଦ୍ୱାରା ଆଗକୁ ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.