ଡ୍ରାଇଭର ମର୍ଡ଼ର ଓ ଟ୍ୟାକ୍ସି ଲୁଟ୍ ଘଟଣା: ଘଷିପୁରାରେ ଡେଡବଡି, ନିଆଳିରୁ ମିଳିଲା କାର
ଟ୍ୟାକ୍ସି ଚୋରି ପାଇଁ ଡ୍ରାଇଭରକୁ ଅପହରଣ ପରେ ହତ୍ୟା । ଅପହରଣର ୫ ଦିନ ପରେ ରାସ୍ତାରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର । କଟକରୁ ଅପହରଣ ପରେ ଆନନ୍ଦପୁର ଘଷିପୁରା ଥାନା ଦରଖା ନିକଟ ରାସ୍ତାରେ ଚାଳକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।
କଟକ (କେନ୍ୟୁଜ): ଡ୍ରାଇଭର ମର୍ଡ଼ର ଓ ଟ୍ୟାକ୍ସି ଲୁଟ୍ ଘଟଣାରେ ନିଆଳିରୁ ମିଳିଲା ଲୁଟ୍ କାର । ଆସିଲା ଲେଡି ଡନ୍ ଓ ସହଯୋଗୀର ସନ୍ଦିଗ୍ଧ ଫଟୋ । ଯାତ୍ରୀ ବେଶରେ ଆସି ଡ୍ରାଇଭରକୁ ହତ୍ୟା କରି ଗାଡ଼ି ଲୁଟି ନେଇଥିଲେ । ମର୍ଡର ପରେ ରାସ୍ତା କଡ଼ରେ ମୃତଦେହକୁ ଫିଙ୍ଗି ଦେଇ ଫେରାର ମାରିଛନ୍ତି । କେନ୍ଦୁଝର ଘସିପୁରାରୁ ମୃତଦେହ ମିଳିଥିବା ବେଳେ ଏବେ ନିଆଳି ଗୋବିନ୍ଦପୁରରୁ ଠାବ ହୋଇଛି ସୁଇଫ୍ଟ ଡିଜାୟାର କାର୍ । ନଦୀ ବନ୍ଧ କଡ଼ରୁ ମିଳିଛି ଏହି କାର। ଗାଡି କେବେ ଓ କିପରି ଏଠାକୁ ଆସିଲା ତାର ତଦନ୍ତ କରୁଛି ପୋଲିସ।
ଗତ ୨୪ ତାରିଖ ଦିନ କଟକ କଲେଜ ଛକ ଟ୍ଯାକ୍ସି ଷ୍ଟାଣ୍ଡରୁ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ କାର ଭଡାରେ ନେଇ । OD 02AA 1962 ନମ୍ବର ଗାଡ଼ିକୁ ଭଡ଼ାରେ ନେଇଥିଲେ । କାର୍୍ର ଡ୍ରାଇଭର ଥିଲେ ଭଗବାନ ବୈରୀଗଞ୍ଜନ । ସେମାନେ କଟକରୁ ଯାଜପୁର ଯାଇଥିଲେ । କଟକରୁ ସାଢ଼େ ୮ଟା ବେଳେ କାରରେ ସେମାନେ ବାହାରିଥିଲେ । ପରବର୍ତ୍ତୀ ସମୟରେ ୨୭ ତାରିଖ ଦିନ ଘଷିପୁରା ଅଂଚଳରେ ବୈରୀଗଞ୍ଜନଙ୍କ ଗଳିତ ମୃତ ଦେହ ମିଳିଥିଲା । କିଛି ସମୟ ପୂର୍ବରୁ ମଙ୍ଗୁଳି ଟୋଲଗେଟ ନିକଟରେ ଗାଡ଼ି ପାସ୍ କରୁଥିବାର ସିସିଟିଭି ଫୁଟେଜ୍ ମିଳିଥିଲା । ୨୪ ତାରିଖ ରାତି ୯ଟା ୭ ମିନିଟରେ ଗାଡି ଟୋଲ ଗେଟ୍ କ୍ରସ କରିଥିଲା । ଏହାକୁ ଆଧାର କରି ପୋଲିସ ତଦନ୍ତ କରି କାର୍୍କୁ ଠାବ କରିଛି ।