ସୁନାବେଶରେ ଶ୍ରୀକ୍ଷେତ୍ର ଜଗିବ ଡ୍ରୋନ୍‌, ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳ ବାରଣ

ସୁନାବେଶ ପାଇଁ ଟ୍ରାଫିକ ଗାଇଡଲାଇନ୍‌। ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ । ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏ ସମସ୍ତ ରାସ୍ତାକୁ କୌଣସି ଗାଡ଼ି ନ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି।

ପୁରୀ (କେନ୍ୟୁଜ): ସୁନାବେଶ ପାଇଁ ଟ୍ରାଫିକ ଗାଇଡଲାଇନ୍‌। ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ । ଟ୍ରାଫିକ ମୋବିଲିଟି ପାଇଁ ଡ୍ରୋନ୍‌ ମୁତୟନ କରାଯିବ। ଯାତ୍ରୀମାନେ କେଉଁ ବାଟ ଦେଇ ବଡ଼ ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କ ବାଇକ୍‌, କାର୍‌ ଓ ବସ୍‌ ପାର୍କିଂ କରିବେ ସେନେଇ ସୂଚନା ଦେଇଛନ୍ତି ଟ୍ରାଫିକ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁର।

ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ଯାଏ ସମସ୍ତ ରାସ୍ତାକୁ କୌଣସି ଗାଡ଼ି ନ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୯ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ଆମ୍ବୁଲାନ୍‌ସ ପାଇଁ ଗ୍ରୀନ୍‌ କରିଡ଼ର ବ୍ୟବସ୍ଥା କରାଯାଇଛି। ସୁନାବେଶରେ କେବଳ ଟ୍ରାଫିକ ଦାୟିତ୍ୱରେ ୫୧ ପ୍ଲାଟୁନ୍‌ ଫୋର୍ସ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.