ୟୁରୋପର ଏକ ନାମୀ ସହରରେ ବିବାହ କଲେ ଅଭିନେତ୍ରୀ ଶ୍ରୀଜିତା ଦେ

ଚର୍ଚ୍ଚାରେ ଶ୍ରୀଜିତା ଦେଙ୍କ ବିବାହ । ନିଜର ଉଚ୍ଚତା ୫ ଫୁଟ୍‌ ୪ ଇଞ୍ଚ୍‌ର ହୋଇଥିବାବେଳେ ବିବାହ କରିଥିବା ପ୍ରେମିକ ମାଇକେଲ୍ ଙ୍କ ଉଚ୍ଚତା ୬ ଫୁଟ୍‌ ୪ ଇଞ୍ଚ୍‌ । ତଥାପି ଉଭୟ ଖୁବ୍ ଖୁସିରେ ନିଜ ଇଚ୍ଛାରେ ବିବାହ କରିଛନ୍ତି ।

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଗ୍ ବସ୍ -୧୬ର ପ୍ରତିଯୋଗୀ ତଥା ଟେଲିଭିଜନ ଦୁନିଆର ସୁନ୍ଦରୀ ତଥା ଖୁବ୍ ପପୁଲାର ଅଭିନେତ୍ରୀ ଶ୍ରୀଜିତା ଦେ । ସେ ତାଙ୍କ ବିଦେଶୀ ପ୍ରେମିକ ମାଇକେଲ୍‌ଙ୍କୁ ବିବାହ କିଛନ୍ତି । ଉଭୟ ଦୀର୍ଘ ଦିନ ଧରି ଡେଟ୍‌ କରି ଆସୁଥିବା ବେଳେ, ଶେଷରେ ସାରା ଜୀବନର ସାଥୀ ଭାବେ ପରସ୍ପରକୁ ବାଛି ନେଇଛନ୍ତି ‌। ଏବେ ପ୍ରେମିକ ପ୍ରେମିକାରୁ ସେମାନେ ପତି ଓ ପତ୍ନୀ ସାଜିଛନ୍ତି ‌।

ଏହି ଟେଲିଭିଜନ୍ ସୁନ୍ଦରୀଙ୍କୁ ନିଜର ଧର୍ମପତ୍ନୀ ବନାଇଥିବା ଏହି ଗୁଡ୍ ଲୁକିଙ୍ଗ୍ ହ୍ୟାଣ୍ଡସମ୍‌ ଜଣକ ହେଉଛନ୍ତି ଜର୍ମାନୀର ହେମ୍ବ୍ରମର ମୂଳ ବାସିନ୍ଦା । ତେବେ ଯାହା ଜଣାପଡିଛି  ଦୁହେଁ ୟୁରୋପର ଏକ ନାମୀ ସହରରେ ବିବାହ କରି ସେମାନଙ୍କ ବୈବାହିକ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ।

ଶ୍ରୀଜିତା ଏବଂ ମାଇକେଲ ହେମ୍ବ୍ରମର ଏକ ଚର୍ଚ୍ଚରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ଫଟୋରେ ଯାହା ଦେଖିବାକୁ ମିଳିଛି ଯେ, ଗୋଟିଏ ପଟେ ବର ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଅନ୍ୟ ପଟେ ଧଳା ରଙ୍ଗର ଲଙ୍ଗ୍ ଫ୍ରକ୍ ପିନ୍ଧି ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।

srijita

ଅପରପକ୍ଷେ ଏମାନଙ୍କ ଭିତରେ ଆଉ ଏକ କଥା ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । କଥାଟି ହେଲା ଶ୍ରୀଜିତା ଦେଙ୍କ ଉଚ୍ଚତା ୫ ଫୁଟ୍‌ ୪ ଇଞ୍ଚ୍‌ର ହୋଇଥିବାବେଳେ ମାଇକେଲ୍‌ ଙ୍କ ଉଚ୍ଚତା ୬ ଫୁଟ୍‌ ୪ ଇଞ୍ଚ୍‌ର । ତଥାପି ଉଭୟ ଖୁବ୍ ଖୁସିରେ ନିଜ ଇଚ୍ଛାରେ ବିବାହ କରିଛନ୍ତି ।

ସେମାନଙ୍କ ବିବାହ ସମୟ‌ର କିଛି ଫଟୋରେ ବର-କନ୍ୟାଙ୍କ କେମେଷ୍ଟ୍ରି ଏକଦମ ଜବରଦସ୍ତ ଦେଖାଯାଉଛି। ଫଟୋରେ ଦୁହେଁ ଚମତ୍କାର ଦେଖାଯାଉଛନ୍ତି । ଖ୍ରୀଷ୍ଟିଆନ
ଧର୍ମରେ ବିବାହ ପାଇଁ ଶ୍ରୀଜିତା ଦେ ଏକ ପାରମ୍ପାରିକ ଧଳା ରଙ୍ଗର ଗାଉନ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ । ଗାଉନ୍‌ର ଘେର ଚଟାଣରେ ଘେର ହୋଇ ପଡ଼ି ରହିଥିଲା ।

ସେହିପରି ମାଇ‌କେଲ୍‌ ବି ଏକ କଳା ରଂଗର ସୁଟ୍‌ ପିନ୍ଧିଥିଲେ। ଏପଟେ ଶ୍ରୀଜିତା ବହୁତ୍ ଅଳ୍ପ ଅଳଙ୍କାର ପିନ୍ଧିଥିଲେ । ସେ ଏକ ହୀରା ହାର ସହ ମ୍ୟାଚ୍‌ କରି ଏକ ସୁନ୍ଦର କାନଫୁଲ ପିନ୍ଧିଥିଲେ। ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ।

Leave A Reply

Your email address will not be published.