ମୁମ୍ବାଇ-ଆଗ୍ରା ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା; ହୋଟେଲକୁ ମାଡ଼ିଗଲା ଟ୍ରକ୍‌; ଚାଲିଗଲା ୧୦ ଜୀବନ

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ମଙ୍ଗଳବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ଆଗ୍ରା ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏକ ଟ୍ରକ୍‌ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରେ ପଶିଯାଇଥିଲା।

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ମଙ୍ଗଳବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ଆଗ୍ରା ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏକ ଟ୍ରକ୍‌ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରେ ପଶିଯାଇଥିଲା। ଏଥି ପୂର୍ବରୁ ଟ୍ରକ୍‌ଟି ଏକ କାର୍‌କୁ ପଛପଟୁ ଜୋର୍‌ରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩୮ ଜଣ ଟ୍ରକ୍‌ ସଂସ୍ପର୍ଶରେ ଆସିଥିଲେ।

ଘଟଣାସ୍ଥଳରେ ୧୦ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ୨୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ମୁତାବକ, ଏହି ଦୁର୍ଘଟଣା ଶିରପୁର ତାଲୁକାର ପଲାସନେର୍‌ ଗାଁ ନିକଟରେ ଦ୍ୱିପ୍ରହର ପ୍ରାୟ ୧୨ଟା ସମୟରେ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

photo
photo: jagran

ଘଟଣାର ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଏହା ସାମ୍ନାରେ ଯାଉଥିବା ଏକ କାର୍‌କୁ ପଛପଟୁ ଧକ୍କା ଦେଉଛି। ଫଳରେ କାର୍‌ଟି ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ୁଛି ଏବଂ ଏହି ସମୟରେ ଦ୍ରୁତଗାମୀ ଟ୍ରକ୍‌ ସେଠାରେ ଥିବା ଏକ ହୋଟେଲ ଭିତରକୁ ମାଡ଼ିଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.