୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଲା ବିଜେପି, ଆନ୍ଧ୍ର ବିଜେପି ମୁଖ୍ୟ ହେଲେ ପୁରନ୍ଦେଶ୍ୱରୀ

୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ବିଜେପି । ପଞ୍ଜାବରେ ସୁନିଲ ଝାଖଡ଼ ନୂଆ ସଭାପତି ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ କିଶନ ରେଡ୍ଡି, ଝାଡ଼ଖଣ୍ଡରେ ବାବୁଲାଲ ମାରାଣ୍ଡି ଏବଂ ଆନ୍ଧ୍ରପ୍ରଦେଶରେ ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ଆସନ୍ତା ନିର୍ବାଚନ ନେଇ ସରଗରମ ରହିଛି ସମସ୍ତ ରାଜ୍ୟ । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ସଭାପତିଙ୍କୁ ବିଜେପି ବଦଳାଇଛି । ୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ବିଜେପି । ପଞ୍ଜାବରେ ସୁନିଲ ଝାଖଡ଼ ନୂଆ ସଭାପତି ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ କିଶନ ରେଡ୍ଡି, ଝାଡ଼ଖଣ୍ଡରେ ବାବୁଲାଲ ମାରାଣ୍ଡି ଏବଂ ଆନ୍ଧ୍ରପ୍ରଦେଶରେ ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ପୁରନ୍ଦେଶ୍ୱରୀ ଓଡ଼ିଶା ପ୍ରଭାରୀ ଅଛନ୍ତି ।

ଆନ୍ଧ୍ର ପ୍ରଦେଶର ପୂର୍ବତମ ମୁଖ୍ୟମନ୍ତ୍ରୀ କିଶନ କୁମାର ରେଡ୍ଡିଙ୍କୁ ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଛି । ସେ ଏପ୍ରିଲରେ ବିଜେପିରେ ସାମିଲ ହୋଇଥିଲେ । ତେବେ ବିଜେପି ସମସ୍ତଙ୍କୁ ନୂଆ ଦାୟିତ୍ୱ ଦେଇଥିବାରୁ ସମସ୍ତେ ଖୁସି ଥିବା ଜଣା ପଡ଼ିଛି ।

ଫେବୃଆରୀ ୨୦୨୦ରେ ବାବୁଲାଲ ମାରାଣ୍ଡି ବିଜେପିରେ ସାମିଲ ହୋଇଥିଲେ । ବର୍ତ୍ତମାନ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ମିଳିଛି । ସେହିପରି ସୁନୀଲ ଝାଖଡ଼ଙ୍କୁ ପଞ୍ଜାବ ବିଜେପିର ସଭାପତି କରାଯାଇଛି । ଅନ୍ୟପଟେ କିଶନ ରେଡ୍ଡି ତେଲେଙ୍ଗାନାର ଦାୟିତ୍ୱ ସମ୍ଭାଳିବେ । ଆନ୍ଧ୍ରପ୍ରଦେଶରେ ଏନ ଟି ରାମା ରାଓଙ୍କ ଝିଅ ଡି. ପୁରନ୍ଦେଶ୍ୱରୀଙ୍କୁ ପାର୍ଟିର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ମିଳିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.