Below header

‘କିଛି ଦେଶ ଆତଙ୍କବାଦୀଙ୍କୁ ଦେଉଛନ୍ତି ଆଶ୍ରୟ, ଏହା ବିଶ୍ୱବ୍ୟାପୀ ବିପଦ…’; ଏସ୍‌ସିଓ ସମ୍ମିଳନୀରେ ବର୍ଷିଲେ ପିଏମ୍‌ ମୋଦି

ବିଶ୍ୱଶାନ୍ତି ପାଇଁ ଆତଙ୍କବାଦ ସବୁଠୁ ବଡ଼ ବିପଦ। ସଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଖୁବ୍‌ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପିଏମ୍‌ ଆହ୍ଵାନ କରିଛନ୍ତି।

ବିଶ୍ୱଶାନ୍ତି ପାଇଁ ଆତଙ୍କବାଦ ସବୁଠୁ ବଡ଼ ବିପଦ। ସଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଖୁବ୍‌ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପିଏମ୍‌ ଆହ୍ଵାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତଙ୍କବାଦ କୌଣସି ବି ରୂପରେ ଥାଉ, ଏହା ବିରୋଧରେ ଆମକୁ ମିଶିକି ଲଢ଼ିବାକୁ ହେବ। କିଛି ଦେଶ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଛି। ସେମାନେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ସୀମା ପାର୍ ଆତଙ୍କବାଦ ଚଳାଇଛନ୍ତି। ଏହି ସମୟରେ ମୋଦି ଆତଙ୍କବାଦ ପ୍ରସଙ୍ଗକୁ ନେଇ ଇସାରା ଇସାରାରେ ପାକିସ୍ତାନକୁ ଟାର୍ଗେଟ୍‌ କରିଥିଲେ। ଏଥିସହିତ ସମଗ୍ର ବିଶ୍ୱକୁ ଏହାର ବିପଦ ବିଷୟରେ ମଧ୍ୟ ଅବଗତ କରାଇଥିଲେ।

ସେହିପରି ଆଫଗାନିସ୍ତାନରେ ସ୍ଥାୟୀ ସରକାର ଗଠନ ଉପରେ ଭାରତ ଜୋର୍‌ ଦେଇଥିଲା। ପଡୋଶୀ ରାଷ୍ଟ୍ରରେ ଅସ୍ଥିରତା ସୃଷ୍ଟି ପାଇଁ ଆଫଗାନ ମାଟି ବ୍ୟବହାର ନ କରିବାକୁ ମୋଦି ଗୁରୁତ୍ୱ ଦେଇଥିଲେ।

ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଯୋଗ ଦେଇଥିଲେ। ଏସ୍‌ସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସୁରକ୍ଷା, ବାଣିଜ୍ୟ, ଆର୍ଥିକ ବିକାଶ, ଏକତା ଏବଂ ଆଞ୍ଚଳିକ ଅଖଣ୍ଡତା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

୨୦୧୭ରେ ପୂର୍ଣ୍ଣ ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ଏସ୍‌ସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରିଛି ଭାରତ। ୨୦୦୧ ମସିହାରେ SCO ଗଠନ କରାଯାଇଥିଲା। ଭାରତ, ଚୀନ, ରୁଷିଆ, ପାକିସ୍ତାନ, କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଏହାର ସଦସ୍ୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.