ନନ୍ଦନକାନନକୁ ଆସିବେ ନୂଆ ଅତିଥି, ବାଘ ଦେଇ ଗିବନ୍ ଆଣିବ ପ୍ରାଣୀ ଉଦ୍ୟାନ

ନନ୍ଦନକାନନକୁ ଆସିବେ ନୂଆ ଅତିଥି। ବାଘ ଦେଇ ଗିବନ୍‌ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନକୁ ଆସିବେ ଦୁଇଟି ବିରଳ ଉଲକ ଗିବନ ଓ ଚିତ୍ରା ବିରାଡ଼ି। ବଦଳରେ ଯିବେ ୨ ବାଘ ଓ ୩ କୁମ୍ଭୀର।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନକୁ ଆସିବେ ନୂଆ ଅତିଥି। ବାଘ ଦେଇ ଗିବନ୍‌ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନକୁ ଆସିବେ ଦୁଇଟି ବିରଳ ଉଲକ ଗିବନ ଓ ଚିତ୍ରା ବିରାଡ଼ି। ବଦଳରେ ଯିବେ ୨ ବାଘ ଓ ୩ କୁମ୍ଭୀର। ଅରୁଣାଚଳପ୍ରଦେଶ ଇଚ୍ଚାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ। ପ୍ରତି ବଦଳରେ ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ।

ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ଏମାନେ ଆଜି ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛିନ୍ତି ସେଠାରୁ ୨ଟି ଗିବନ ଓ ଚିତ୍ରା ବିରାଡ଼ି ନେଇ ଆସିବେ।

Leave A Reply

Your email address will not be published.