Below header

ଭାସିଲା ଦିଲ୍ଲୀ: ଲାଲକିଲ୍ଲାରେ ପଶିଲା ବନ୍ୟା ଜଳ, ରାଜରାସ୍ତାରେ ଭାଙ୍ଗୁଛି ଢେଉ

ଯମୁନା ଜଳରେ ବେହାଲ ଦିଲ୍ଲୀ ସ୍ଥିତି । ଉଛୁଳା ବନ୍ୟାପାଣିରେ ବେହାଲ ରାଜଧାନୀ । ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା । ଯମୁନା ନଦୀରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ରାଜଧାନୀର ଭିଆଇପି ଅଞ୍ଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ରବିବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରଖାଯାଇଛି।

ନୂଆଦିଲ୍ଲୀ : ଯମୁନା ଜଳରେ ବେହାଲ ଦିଲ୍ଲୀ ସ୍ଥିତି । ଉଛୁଳା ବନ୍ୟାପାଣିରେ ବେହାଲ ରାଜଧାନୀ । ବୁଡିଛି ବଡବଡ କୋଠା । ଭିଆଇପି ଏରିଆ ଜଳାର୍ଣ୍ଣବ । ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା । ଯମୁନା ନଦୀରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ରାଜଧାନୀର ଭିଆଇପି ଅଞ୍ଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ଐତିହାସିକ ଲାଲକିଲ୍ଲାରେ ମଧ୍ୟ ପଶିଛି ଯମୁନା ଜଳ । ତଳିଆ ଅଞ୍ଚଳ ଗୁଡିକ ଜଳାର୍ଣ୍ଣବ ହୋଇଥିବା ବେଳେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ବନ୍ୟାପାଣି ।

ବନ୍ୟା ଯୋଗୁ ଦିଲ୍ଲୀର ୩ଟି ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ । ଫଳରେ ସହରବାସୀଙ୍କୁ ପାନୀୟ ଜଳ ସଙ୍କଟର ସାମ୍ନା କରିବାକୁ ପଡିପାରେ । ବନ୍ୟାସ୍ଥିତିକୁ ନଜରରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ସବୁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ ହୋଇଛି । ଯମୁନା କୂଳବର୍ତ୍ତୀ ଅଞ୍ଚ ଗୁଡିକ ଜଳମଗ୍ନ ହୋଇଥିବା ବେଳେ ରିଂ ରୋଡ୍‌, କାଶ୍ମୀର ଗେଟ୍‌, ରାଜଘାଟ, ଆଇଟିଓ, ଲାଲକିଲ୍ଲା, ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବନ୍ୟାପାଣିରେ ବୁଡି ରହିଛି । ସିବିଲ ଲାଇନ୍ସରେ ଥିବା ବହୁ ସରକାରୀ ଅଧିକାରୀଙ୍କ ଘରେ ପଶିଛି ବନ୍ୟାପାଣି । ରେସକ୍ୟୁ ପାଇଁ ଏନଡିଆରଏଫ ଟିମ୍‌ ସଜାଗ ରହିଛି । ଓ୍ଵାଟର ଲଗିଂ ଯୋଗୁ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.