ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଲେ ଚେକ୍ ରିପ୍ଲବିକ୍ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା, କଚଟି ଅସ୍ତ୍ରୋପଚାର ଯୋଗୁଁ ଗତଥର ଭାଗ ନେଇନଥିଲେ
ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ମହିଳା ସିଙ୍ଗଲ ଫାଇନାଲରେ ଟାଇଟଲ ଜିତିଛନ୍ତି ଚେକ୍ ରିପ୍ଲବିକ୍ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା । ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସେଟରେ ଟ୍ୟୁନିସିଆର ଶୀର୍ଷ ଖେଳାଳି ଓନ୍ସ ଜାବିଉରଙ୍କୁ ପରାସ୍ତ କରିଥିଲେ।
ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚେକ୍ ରିପ୍ଲବିକ୍ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଛନ୍ତି। ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ମହିଳା ସିଙ୍ଗଲ ଫାଇନାଲରେ ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସେଟରେ ଟ୍ୟୁନିସିଆର ଶୀର୍ଷ ଖେଳାଳି ଓନ୍ସ ଜାବିଉରଙ୍କୁ ପରାସ୍ତ କରିଥିଲେ। ୨୪ ବର୍ଷୀୟା ଭନ୍ଦ୍ରୋସୋଭା ପ୍ରଥମ ଅଣସିଡେଡ୍ ଖେଳାଳି ଭାବେ ଟ୍ରଫି ହାତେଇଛନ୍ତି।
କଚଟି ଅସ୍ତ୍ରୋପଚାର ଯୋଗୁଁ ଭନ୍ଦ୍ରୋସୋଭା ଗତ ଥର ଓ୍ଵିମ୍ବଲଡନରେ ଅଂଶଗ୍ରହଣ କରିପାରିନଥିଲେ। ପୂର୍ବରୁ ସେମିଫାଇନାଲରେ ଏରିନା ସାବାଲେଙ୍କାଙ୍କୁ ହରାଇ ଜାବିଉର୍ ଏବଂ ଏଲିନା ସ୍ବିତଲିନାଙ୍କୁ ପରାସ୍ତ କରି ଭନ୍ଦ୍ରୋସୋଭା ଫାଇନାଲରେ ପ୍ରବେଶ କରିଥିଲେ। ଏହି ପ୍ରତିଯୋଗିତାରେ ରବିବାର ନୋଭାକ ଜୋକୋଭିକ୍ ଓ କାର୍ଲୋସ ଆଲକାରାଜଙ୍କ ମଧ୍ୟରେ ପୁରୁଷ ସିଙ୍ଗଲ ଫାଇନାଲ୍ ଖେଳାଯିବ।
Czech Republic’s Marketa Vondrousova beats Ons Jabeur to win Wimbledon Women’s Singles crown
(Pic: Wimbledon’s Twitter Handle) pic.twitter.com/F1DZ0Cme2V
— ANI (@ANI) July 15, 2023
ସେହିପରି ପୁରୁଷ ଯୁଗଳରେ ୱେସଲି କୁଲହଫ୍ ଓ ନୀଲ୍ ସ୍କୁପ୍ସଙ୍କ ଯୋଡ଼ି ବିଜେତା ହୋଇଛନ୍ତି। ଫାଇନାଲରେ ଏହି ନେଦରଲାଣ୍ଡ୍ସ-ବ୍ରିଟିଶ ଯୋଡ଼ି ୬-୪, ୬-୪ ରେ ଆର୍ଜେଣ୍ଟିନାର ହୋରାସିଓ ଜିବାଲସ୍ ଓ ସ୍ପେନର ମାର୍ସେଲ୍ ଗ୍ରାନୋଲର୍ସଙ୍କୁ ହରାଇଥିଲେ।