ଜଳପ୍ରପାତ ନିକଟରେ ରିଲସ୍ ବନାଉଥିବା ବେଳେ ଖସିଗଲା ପାଦ, ଅକାଳରେ ଚାଲିଗଲା ଯୁବ ଫଟୋଗ୍ରାଫଙ୍କ ଜୀବନ
ଶିମିଳିପାଳର ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଯୁବ ଫଟୋଗ୍ରାଫରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନାଁ ଅମିତାଂଶୁ । ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବାଙ୍କୀସହି ଗାଁରେ । ଶିମିଳିପାଳର ଟୁଙ୍କି ଜଳପ୍ରପାତକୁ ୫ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ ଅମିତାଂଶୁ । ସେଠାରେ ଫଟୋ ଉଠାଇଉଥିଲେ
ଉଦଳା(କେନ୍ୟୁଜ୍): ରିଲ୍ସ କରିବା କାଳ ହେଲା । ଜଳପ୍ରପାତ ନିକଟରେ ରିଲସ୍ ବନାଉଥିବା ବେଳେ ଖସିଗଲା ପାଦ । ଜଳପ୍ରପାତ ଭିତରେ ପଡ଼ିଗଲେ ଯୁବ ଫଟୋଗ୍ରାଫର । ଅକାଳରେ ଚାଲିଗଲା ଜୀବନ । ଶିମିଳିପାଳର ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଯୁବ ଫଟୋଗ୍ରାଫରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନାଁ ଅମିତାଂଶୁ । ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବାଙ୍କୀସହି ଗାଁରେ । ଶିମିଳିପାଳର ଟୁଙ୍କି ଜଳପ୍ରପାତକୁ ୫ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ ଅମିତାଂଶୁ । ସେଠାରେ ଫଟୋ ଉଠାଇଉଥିଲେ । ଏତିକିବେଳେ ଅସାବଧାନତା ଯୋଗୁ ପାଣିରେ ପଡ଼ିଯାଇଥିଲେ ଅମିତାଂଶୁ । ପାହାଡ଼ ଉପରୁ ଖସୁଥିବା ଜଳସ୍ରୋତ ତାଙ୍କୁ କୁଣ୍ଡ ଭିତରକୁ ଟାଣି ନେଇଥିଲା । ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ । ବହୁ ଖୋଜାଖୋଜି ପରେ ଉଦ୍ଧାର ହୋଇଥିଲା ମୃତଦେହ । ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟ କୁଣ୍ଡାବାଇ କଲେଜର ଯୁକ୍ତ ତିନିରେ ପଢୁଥିଲେ ଅମିତାଂଶୁ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ରିଲ୍ସ ନିଶାରେ ପଡିଛନ୍ତି ଯୁବପୀଢ଼ି । ବିପଦ ମୁହଁରେ ଠିଆ ହୋଇ ରିଲ୍ସ କରୁଛନ୍ତି । ସାମାନ୍ୟ ଅସାବଧାନତା ଓ ଅବହେଳା ଜୀବନ ନେଇ ଯାଉଛି ।