ଗଛକୁ ପିଟିଲା ଜନନୀ ଏକ୍ସପ୍ରେସ, ଘଟଣାସ୍ଥଳରେ ପ୍ରସବ କଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣାର ଦୁଃଖଦ ଖବର । ଏଠି କିନ୍ତୁ ଘଟଣାଟି ଟିକେ ଅଲଗା।  ପ୍ରସୂତୀଙ୍କୁ ଡାକ୍ତରଖାନା ନେବା ପାଇଁ ଠିକ୍ ସମୟରେ ପହଁଥିଲା ଜନନୀ ଏକ୍ସପ୍ରେସ । ରାସ୍ତା ବି ଭଲଥିଲା । ହେଲେ ଅଧାବାଟରେ ଅସାବଧନତା ପାଇଁ ଘଟିଲା ଦୁର୍ଘଟଣା ।

କନ୍ଧମାଳ(କେନ୍ୟୁଜ୍): ପୁଣି ଜନନୀ ଯନ୍ତ୍ରଣାର ଦୁଃଖଦ ଖବର । ଏଠି କିନ୍ତୁ ଘଟଣାଟି ଟିକେ ଅଲଗା।  ପ୍ରସୂତୀଙ୍କୁ ଡାକ୍ତରଖାନା ନେବା ପାଇଁ ଠିକ୍ ସମୟରେ ପହଁଥିଲା ଜନନୀ ଏକ୍ସପ୍ରେସ । ରାସ୍ତା ବି ଭଲଥିଲା । ହେଲେ ଅଧାବାଟରେ ଅସାବଧନତା ପାଇଁ ଘଟିଲା ଦୁର୍ଘଟଣା ।

ଜଣେ ପ୍ରସବ ଯନ୍ତ୍ରଣା ଛଟପଟ ହେଉଥିବା ମହିଳାଙ୍କୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ଗ୍ରସ୍ତ ହେଲା ଜନନୀ ଏକ୍ସପ୍ରେସ। ଯାହାଫଳରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଦୁର୍ଘଟଣା ସ୍ଥଳରେ ପ୍ରସବ କରାଇଛନ୍ତି ଜଣେ ଗର୍ଭବତୀ ମହିଳା। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ।

ଫିରିଙ୍ଗିଆ ବ୍ଲକ୍ ଯାଯେଷ୍ପଙ୍ଗା ଗ୍ରାମର ଶୁଭଦ୍ରା ବେହେରାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ତୁରନ୍ତ ଫିରିଙ୍ଗିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଜନନୀ ଏକ୍ସପ୍ରେସ ସହାୟତାରେ ନିଆ ଯାଉଥିଲା । ହେଲେ ଅଧାବାଟରେ ଜନନୀ ଏକ୍ସପ୍ରେସ ଗାଡ଼ିର ଏକ୍ସସେଲ ଛିଡିଗଲା । ଯାହାଦ୍ୱାରା ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ଗାଡିଟି। କାହାର ବିଶେଷ କିଛି କ୍ଷତି ହୋଇନଥିଲେ ବି ଗାଡିଟି ଭାଙ୍ଗି ରୁଜି ଯାଇଛି ।

ଅପରପଟେ ସୁଭଦ୍ରାଙ୍କ ପ୍ରସବ ଯନ୍ତ୍ରଣା ବଢିବାକୁ ଲାଗିଲା । ଏପଟେ  ପ୍ରବଳ ବର୍ଷା ହେଉଥିବା ହେତୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଓ କିଛି ମହିଳାଙ୍କ ସହଯୋଗରେ  ବାଧ୍ୟ ହୋଇ ଘଟଣାସ୍ଥଳରେ ହିଁ  ସୁଭଦ୍ରାଙ୍କର ପ୍ରସବ କୀରାଯାଇଥିଲା । ଶୁଭଦ୍ରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଆସି ଫିରଙ୍ଗିଆ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ମା ଓ ନବ ଜାତ ଶିଶୁକୁ ନେଇଥିଲେ । ଏବେ ଉଭୟଙ୍କର ସ୍ଵାସ୍ଥ୍ୟ ସ୍ଥିର ରହିଥିବା ଜଣାପଡ଼ିଛି ।

 

Leave A Reply

Your email address will not be published.