କୁଜଙ୍ଗରେ ୨୦ ଫୁଟର ଘାଇ, ପାଣି ଭୟରେ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ୧୦୦ରୁ ଅଧିକ ପରିବାର

ପାରାଦୀପ କୁଜଙ୍ଗ ବ୍ଲକ ତେରମାଣପୁରରେ ୨୦ ଫୁଟର ଘାଇ। ଆଜି ସକାଳୁ ମହାନଦୀର ପ୍ରଥମ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି ।

ପାରାଦୀପ (କେନ୍ୟୁଜ): ପାରାଦୀପ କୁଜଙ୍ଗ ବ୍ଲକ ତେରମାଣପୁରରେ ୨୦ ଫୁଟର ଘାଇ। ଆଜି ସକାଳୁ ମହାନଦୀର ପ୍ରଥମ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶି ଯିବାରୁ ଚିନ୍ତାରେ ଅଛନ୍ତି ଚାଷୀ ।

ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଯୋଗୁ ତେରମାଣପୁର ଗାଁ ଓ କୋଟ ସାହି ସହ ଆଖପାଖ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ବନ୍ୟାପରେ ଏହି ଘାଇର ମରାମତି କରାଯାଇଥିଲା।

 

Leave A Reply

Your email address will not be published.