ଭଟ୍ଟାରିକାଙ୍କ ପୀଠରୁ ଖସୁଛି ବନ୍ଯା ଜଳ: ମନ୍ଦିରକୁ ଫେରିବେ ମା’

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବନ୍ଯା ଜଳ କମି ମନ୍ଦିର ତଳକୁ ଖସି ଆସିଛି । ଆଜି ମା’ଙ୍କ ଚଳନ୍ତି ବିଗ୍ରହଙ୍କୁ ତାଙ୍କର ମୁଖ୍ଯ ଆସ୍ଥାନ ମୁଖ୍ଯ ମନ୍ଦିରର ଗର୍ଭଦ୍ୱାରକୁ ନିଆଯିବ

ନରସିଂହପୁର (କେନ୍ୟୁଜ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବନ୍ଯା ଜଳ କମି ମନ୍ଦିର ତଳକୁ ଖସି ଆସିଛି । ବନ୍ଯା ଜଳ କମିଥିଲେ ମଧ୍ୟ ଏବେବି ପାହାଚ ଉପରେ ପାଣି ବହି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବି ବଡ଼ମ୍ବା ପ୍ରଶାସନ ତରଫରୁ ୧୪୪ ଧାରା ବଳବତ୍ତର ରହିଛି ।

ଆଜି ମା’ଙ୍କ ଚଳନ୍ତି ବିଗ୍ରହଙ୍କୁ ତାଙ୍କର ମୁଖ୍ଯ ଆସ୍ଥାନ ମୁଖ୍ଯ ମନ୍ଦିରର ଗର୍ଭଦ୍ୱାରକୁ ନିଆଯିବ । ସକାଳୁ ମା’ଙ୍କର ସମସ୍ତ ନୀତିକାନ୍ତି ଚାଲିଛି । ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ଭଟ୍ଟାରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.