ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ ପ୍ରଫୁଲ୍ଲ ବେହେରା ଏବଂ କ୍ଷଣପ୍ରଭା ମୁଳିଆ

ନିଆଳି (କେନ୍ୟୁଜ୍) : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ ବେହେରା ଏକ ଗାଡ଼ି ପୋଡ଼ି ମମଲାର ସାର୍ଟିଫିକେଟ ଦେବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଏବେ ଗିରଫ କରାଯାଇଛି।

ସେହିପରି , ଭିଜିଲାନ୍ସ ହାତରେ ବାଲିପାଟଣା ଦେଉଳିଧରପୁରର ଜିପିଟିଏ ଅଧିକାରୀ କ୍ଷଣପ୍ରଭା ମୁଳିଆ, ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ଏକ ଅଙ୍ଗନୱାଡ଼ି ଘରର ବିଲ ପାସ ପାଇଁ ଜୈନିକ ଠିକାଦାରଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥବା ବେଳେ ଧରାପଡ଼ିଥିବା ଜଣାପଡ଼ିଛି।

Leave A Reply

Your email address will not be published.