ଜିଓ ଆଣିଲା JioRail ଆପ୍ : ତତ୍କାଳ ଟିକେଟ ବୁକ୍ ସହ କରିପାରିବେ ଅନେକ କାମ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ନିଜର ଜିଓ ଫୋନ ଏବଂ ଜିଓଫୋନ ୨ ଗ୍ରାହକଙ୍କ ପାଇଁ ଜିଓରେଳ ଆପ୍ ଲଞ୍ଚ କରିଛି। ଏହି ଆପର ବ୍ୟବହାର ଟ୍ରେନ ଟିକେଟ ରିଜର୍ଭଭେସନ ପାଇଁ କରାଯିବ। ଏହି ଆପକୁ ଆଇଆରସିଟିସି ସହ ମିଳିତ ଭାବେ ଲଞ୍ଚ କରାଯାଇଛି। ଏହି ଆପରେ ଆପଣ ଯେକୌଣସି ଟ୍ରେନର ଟିକେଟ ବୁକ୍ କରିପାରିବେ। ସ୍ମାର୍ଟଫୋନ ପାଇଁ ନିର୍ମିତ ଆଇଆରସିଟିସି ଆପ ଭଳି ଜିଓରେଳ ଆପରେ ମଧ୍ୟ ଏବେ ଗ୍ରାହକ ତତ୍କାଳ ଟିକେଟ ବୁକ୍ କରିପାରିବେ।

ଜିଓଫୋନ ବ୍ୟବହାରକାରୀଙ୍କ ପାଖରେ ଯଦି ଆଇଆରସିଟିସିର ଆପ ରହିନାହିଁ ତେବେ ସେମାନେ ଜିଓରେଳ ଆପ ବ୍ୟବହାର କରି ନୂଆ ଆକାଉଣ୍ଟ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହା ଦ୍ବାରା ପିଏନଆର ଷ୍ଟାଟସ ଚେଞ୍ଚ ଆଲର୍ଟ , ଟ୍ରେନ ଲୋକେଟର ଏବଂ ଫୁଡ଼ ଅର୍ଡ଼ର ଭଳି ସେବା ମଧ୍ୟ ଏଥିରେ ମିଳିପାରିବେ। ଜିଓରେଳ ଆପ ବ୍ୟବହାର ଖୁବ ସରଳ ମଧ୍ୟ ।

jio

ଜିଓରେଳ ଆପରେ କଣ ରିହିଛି ସୁବିଧା

– ଜିଓରେଳ ଆପରେ ପିଏନଆର ଷ୍ଟାଟସ ଚେକ୍ କରିପାରିବେ।

-ଏଥିରେ ଆପଣ ଟ୍ରେନ ସମ୍ବନ୍ଧୀୟ ବିବରଣୀ ଯେପରିକି ସମୟ, ଷ୍ଟେସନ ଆଦିର ସୂଚନା ପାଇପାରିବେ।

-ଏହା ଦ୍ବାରା ରୁଟ ଏବଂ ସିଟ ଉପଲବ୍ଧିର ସୂଚନା ମଧ୍ୟ ପାଇପାରିବେ।

-ଏହି ଆପ ଜରିଆରେ ଟିକେଟ ବୁକିଂ ସମୟରେ କ୍ରେଡିଟ, ଡ୍ରେବିଟ ଏବଂ ଇଓ୍ବାଲେଟ ଦ୍ବାରା ମଧ୍ୟ ପେମେଣ୍ଟ କରିପାରିବେ।

-ଏହି ଆପରେ ବୁକ କରାଯାଇଥିବା ଟିକେଟକୁ ଆପଣ ସହଜରେ କ୍ୟାନ୍ସଲ କରିପାରିବେ।

-ଏଥିରେ ଆପଣ ତତ୍କାଳ ଟିକେଟ ବୁକିଂ ମଧ୍ୟ କରିପାରିବେ।

-ଏହି ଆପ ଜରିଆରେ ଆଇଆରସିଟିସି ଆକାଉଣ୍ଟ ନିର୍ମାଣ କରିପାରିବେ। ଯଦି ଆପଣଙ୍କର ପୂର୍ବରୁ ଆକାଉଣ୍ଟ ରହିଛି ତେବେ ଏଥିରେ ଲଗ ଇନ କରି ମଧ୍ୟ ସମସ୍ତ ସୁବିଧାର ଫାଇଦା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.