ବିରାଟ ଆଁ କରି ଗୋଡ଼ାଇଲା ୧୫ ଫୁଟର ଅଜଗର ସାପ, ଉଦ୍ଧାର କଲା ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ
ଢେଙ୍କାନାଳ ତରଭା ଗ୍ରାମ ଜହ୍ନିତଇଲା ମା ସନ୍ତୋଷି ଫାର୍ମ ହାଉସରୁ ଉଦ୍ଧାର ହୋଇଛି ଏହି ୧୫ ଫୁଟ୍ ଲମ୍ବର ଅଜଗର ସାପ।ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀ ମାନେ ପ୍ରଥମେ ସାପଟିକୁ ଦେଖିଥିଲେ।
କେନ୍ୟୁଜ୍(ବ୍ୟୁରୋ): ଢେଙ୍କାନାଳରୁ ଉଦ୍ଧାର ହେଲା ବିରାଟକାୟ ଅଜଗର। ୧୫ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ। ଢେଙ୍କାନାଳ ତରଭା ଗ୍ରାମ ଜହ୍ନିତଇଲା ମା ସନ୍ତୋଷି ଫାର୍ମ ହାଉସରୁ ଉଦ୍ଧାର ହୋଇଛି ଏହି ୧୫ ଫୁଟ୍ ଲମ୍ବର ଅଜଗର ସାପ।ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀ ମାନେ ପ୍ରଥମେ ସାପଟିକୁ ଦେଖିଥିଲେ। ପରେ ଫାର୍ମର ମାଲିକ ଦିପକ ରଞ୍ଜନ ସାହୁଙ୍କୁ ଜଣାଇଥିଲେ।
ପରେ ବନ୍ୟଜନ୍ତୁ ଓ ସାପ ଉଦ୍ଧାର କାରି ଦଳ ସେଠାରେ ପହଞ୍ଚି ବିରାଟକାୟ ଅଜଗରକୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ଅଜଗରଟିକୁ ମେଗା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି।ଢେଙ୍କାନାଳରେ ବିଗତ କିଛି ଦିନ ହେବ ଅଜଗର ଅହିରାଜଙ୍କ ସଂଖ୍ୟା ବଢୁଥିବା ଜଣାପଡିଛି।ବିଶେଷ କରି ତରଭା ବିରାଡିଆ କପିଳାସ ଅଞ୍ଚଳରେ ଏହି ସାପ ମାନେ ଦେଖା ଯାଉଛନ୍ତି ବୋଲି ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି।