Below header

ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ନେଇ ପହଞ୍ଚିଲା ଆମେରିକା ବିମାନ, ସୂଚନା ଦେଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ଇସ୍ରାଏଲକୁ ଯାହା ସହାୟତା ଆବଶ୍ୟକ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାଇଡେନ। ଆତଙ୍କବାଦଙ୍କ ବିରୋଧରେ ଲଢିବା ଏବଂ ହାମାସକୁ ଜବାବ ଦେବା ଇସ୍ରାଏଲର ଧର୍ମ । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକାର ପ୍ରଥମ ଏୟାରଫୋର୍ସ ବିମାନ ଇସ୍ରାଏଲର ଏୟାରବେସରେ ପହଞ୍ଚିଛି ।

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକାର ପ୍ରଥମ ଏୟାରଫୋର୍ସ ବିମାନ ଇସ୍ରାଏଲର ଏୟାରବେସରେ ପହଞ୍ଚିଛି । ଏଥିରେ ଆମେରିକା ଗୋଳା ବାରୁଦ ପଠାଇଛି । ଆମେରିକାର ନୌସେନା ଏୟାର କ୍ରାପ୍ଟ କ୍ୟାରିଅର USS ଗେରାଲଡ ଆର .ଫର୍ଡ ପୂର୍ବ-ଭୂମଧ୍ୟ ସାଗରରେ ପହଞ୍ଚିଛି । ଏହି ସୂଚନା ଇସ୍ରାଏଲ ଡିଫେନ୍ସ ଫୋର୍ସ ଦେଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଜେନ ଗାଜା ପଟିରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ହାମାସକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ସମୟରେ ଆମେ ଇସ୍ରାଏଲ ସହିତ ଅଛୁ । ଆତଙ୍କବାଦଙ୍କ ବିରୋଧରେ ଲଢିବା ଏବଂ ହାମାସକୁ ଜବାବ ଦେବା ଇସ୍ରାଏଲର ଧର୍ମ । ଇସ୍ରାଏଲ ଓ ହାମାସ ଆକ୍ରମଣରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୪ ଜଣଙ୍କ ଆମେରକୀୟଙ୍କ ମୃତ୍ୟୁ ହୋଇଛି । ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ନିରୀହ ନାଗରିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲରେ ନରସଂହାର ହୋଇଛି । ଇସ୍ରାଏଲ ସହ ଆମେରିକା ଅଛି । ଯାହା ସହାୟତା ଆବଶ୍ୟକ ଯୋଗାଇଦିଆଯିବ ବୋଲି କହିଛନ୍ତି ବାଇଡେନ।

ଗତ ୪ ଦିନ ମଧ୍ୟରେ ଇସ୍ରାଏଲରେ ୯୦୦ ସୈନିକ ଓ ନାଗରିକଙ୍କ ଜୀବନ ଗଲାଣି । ୬ ଅକ୍ଟୋବର ସକାଳେ ହାମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିଦେଇଥିଲା । ଇସ୍ରାଏଲ ଉପରେ ୫୦୦୦ରୁ ଅଧିକ ରକେଟ୍ ମାଡ କରିବା ସହିତ ହାମାସର ଆତଙ୍କବାଦୀମାନେ ଇସ୍ରାଏଲ୍ ମଧ୍ୟକୁ ପ୍ରବେଶ କରିଯାଇଥିଲେ ।

ହାମାସ ଇସ୍ରାଏଲର ଏକ ଗାଁରେ କରିଛି ନରସଂହାର । ସେଠାରେ ହାମାସର ୭୦ ଆତଙ୍କବାଦୀ ପହଞ୍ଚି ୪୦ ପିଲାଙ୍କୁ ମୁଣ୍ଡ କାଟିଥିବା ଖବର ମିଳିଛି । ଏହାଛଡା ଇସ୍ରାଏଲ ସଂଗଠନକୁ ଗାଜା ସୀମାରେ ଏକ କେନ୍ଦ୍ରରରୁ ୧୦୦ ମୃତଦେହ ମିଳିଛି । ହାମାସ ଅପରେସନ ସମୟରେ ଏମାନେ ମରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.