ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ରଶିଦ ଲତିଫଙ୍କୁ ହତ୍ୟା, ଭାରତରେ ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଥିଲା

ସିୟାଲକୋଟ ଅଞ୍ଚଳରେ ଏକ ମସଜିଦରେ ଲତିଫକୁ ହତ୍ୟା କରାଯାଇଛି । ଆକ୍ରମଣକାରୀ ବାଇକରେ ଆସି ଗୁଳି ମାରି ଫେରାର ହୋଇଯାଇଥିଲେ । ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଆତଙ୍କବାଦୀ ରଶିଦ ଲତିଫ ।

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ରଶିଦ ଲତିଫକୁ ପାକିସ୍ତାନରେ ଗୁଳିକରି ହତ୍ୟା କରାଯାଇଛି । ସିୟାଲକୋଟରେ ଅଜ୍ଞାତ ଆକ୍ରମଣକାରୀ ତା’ ଉପରେ ଗୁଳିଚଳାଇଥିଲେ । ଭାରତ ପାଇଁ ମୋଷ୍ଟୱାଣ୍ଟେଡ ଥିଲା ଲତିଫ । ଜାତୀୟ ତଦନ୍ତକାରୀ ସଂସ୍ଥା (NIA ) ପକ୍ଷରୁ ଲତିଫ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଆଧାରରେ ମାମଲା ଦାୟର କରାଯାଇଥିଲା ।

ଖବର ମୁତାବକ, ସିୟାଲକୋଟ ଅଞ୍ଚଳରେ ଏକ ମସଜିଦରେ ଲତିଫକୁ ହତ୍ୟା କରାଯାଇଛି । ଆକ୍ରମଣକାରୀ ବାଇକରେ ଆସି ଗୁଳି ମାରି ଫେରାର ହୋଇଯାଇଥିଲେ । ପୋଲିସ ସ୍ଥାନୀୟ ନାକାବନ୍ଦି କରି ଆକ୍ରମଣକାରୀକୁ ଖୋଜୁଛି ।

ସୂଚନାଯୋଗ୍ୟ, ଗତ ୧୦୧୬ ମସିହାରେ ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଉକ୍ତ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ଭାରତର ୭ ଜଣ ଯବାନ ସହିଦ ହୋଇଥିଲେ । ୧୯୬୫ ଓ ୧୯୭୧ ଯୁଦ୍ଧ ସମୟରେ ଉକ୍ତ ଏୟାରବେସ ଏକ ବଡ଼ ଭୂମିକା ନିର୍ବାହ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.