ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ନେଇ ପହଞ୍ଚିଲା ଆମେରିକା ବିମାନ, ସୂଚନା ଦେଲା ଇସ୍ରାଏଲ ଡିଫେନ୍ସ ଫୋର୍ସ
ଇସ୍ରାଏଲକୁ ଯାହା ସହାୟତା ଆବଶ୍ୟକ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାଇଡେନ। ଆତଙ୍କବାଦଙ୍କ ବିରୋଧରେ ଲଢିବା ଏବଂ ହାମାସକୁ ଜବାବ ଦେବା ଇସ୍ରାଏଲର ଧର୍ମ । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକାର ପ୍ରଥମ ଏୟାରଫୋର୍ସ ବିମାନ ଇସ୍ରାଏଲର ଏୟାରବେସରେ ପହଞ୍ଚିଛି ।
ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଆମେରିକାର ପ୍ରଥମ ଏୟାରଫୋର୍ସ ବିମାନ ଇସ୍ରାଏଲର ଏୟାରବେସରେ ପହଞ୍ଚିଛି । ଏଥିରେ ଆମେରିକା ଗୋଳା ବାରୁଦ ପଠାଇଛି । ଆମେରିକାର ନୌସେନା ଏୟାର କ୍ରାପ୍ଟ କ୍ୟାରିଅର USS ଗେରାଲଡ ଆର .ଫର୍ଡ ପୂର୍ବ-ଭୂମଧ୍ୟ ସାଗରରେ ପହଞ୍ଚିଛି । ଏହି ସୂଚନା ଇସ୍ରାଏଲ ଡିଫେନ୍ସ ଫୋର୍ସ ଦେଇଛି ।
🇮🇱🤝🇺🇸
The first plane carrying U.S. armaments has since arrived at the Nevatim Airbase in southern Israel this evening.The cooperation between our militaries is a key part of ensuring regional security and stability in times of war.
— Israel Defense Forces (@IDF) October 11, 2023
ଆମେରିକା ରାଷ୍ଟ୍ରପତି ଜୋ ବାଇଜେନ ଗାଜା ପଟିରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ହାମାସକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ସମୟରେ ଆମେ ଇସ୍ରାଏଲ ସହିତ ଅଛୁ । ଆତଙ୍କବାଦଙ୍କ ବିରୋଧରେ ଲଢିବା ଏବଂ ହାମାସକୁ ଜବାବ ଦେବା ଇସ୍ରାଏଲର ଧର୍ମ । ଇସ୍ରାଏଲ ଓ ହାମାସ ଆକ୍ରମଣରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୪ ଜଣଙ୍କ ଆମେରକୀୟଙ୍କ ମୃତ୍ୟୁ ହୋଇଛି । ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ନିରୀହ ନାଗରିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲରେ ନରସଂହାର ହୋଇଛି । ଇସ୍ରାଏଲ ସହ ଆମେରିକା ଅଛି । ଯାହା ସହାୟତା ଆବଶ୍ୟକ ଯୋଗାଇଦିଆଯିବ ବୋଲି କହିଛନ୍ତି ବାଇଡେନ।
In this moment, we must be clear:
We stand with Israel.
And we will make sure Israel has what it needs to take care of its citizens, to defend itself, and to respond to this attack. pic.twitter.com/wV3oDeoPiT
— President Biden (@POTUS) October 10, 2023
ଗତ ୪ ଦିନ ମଧ୍ୟରେ ଇସ୍ରାଏଲରେ ୯୦୦ ସୈନିକ ଓ ନାଗରିକଙ୍କ ଜୀବନ ଗଲାଣି । ୬ ଅକ୍ଟୋବର ସକାଳେ ହାମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିଦେଇଥିଲା । ଇସ୍ରାଏଲ ଉପରେ ୫୦୦୦ରୁ ଅଧିକ ରକେଟ୍ ମାଡ କରିବା ସହିତ ହାମାସର ଆତଙ୍କବାଦୀମାନେ ଇସ୍ରାଏଲ୍ ମଧ୍ୟକୁ ପ୍ରବେଶ କରିଯାଇଥିଲେ ।
ହାମାସ ଇସ୍ରାଏଲର ଏକ ଗାଁରେ କରିଛି ନରସଂହାର । ସେଠାରେ ହାମାସର ୭୦ ଆତଙ୍କବାଦୀ ପହଞ୍ଚି ୪୦ ପିଲାଙ୍କୁ ମୁଣ୍ଡ କାଟିଥିବା ଖବର ମିଳିଛି । ଏହାଛଡା ଇସ୍ରାଏଲ ସଂଗଠନକୁ ଗାଜା ସୀମାରେ ଏକ କେନ୍ଦ୍ରରରୁ ୧୦୦ ମୃତଦେହ ମିଳିଛି । ହାମାସ ଅପରେସନ ସମୟରେ ଏମାନେ ମରିଥିଲେ ।