ଆଜି ପବିତ୍ର ବିଜୟା ଦଶମୀ, ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ପବିତ୍ର ବିଜୟା ଦଶମୀ । ଅଶ୍ୱିନୀ ମାସ ଶୁକ୍ଲ ପକ୍ଷର ଆଜି ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ବିଜୟା ଦଶମୀ । ଅଶ୍ୱିନୀ ମାସ ଶୁକ୍ଲ ପକ୍ଷର ଆଜି ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରରୁ ପୁରପଲ୍ଲୀ ।

ମାଆଙ୍କ ଆଗମନରେ କମ୍ପୁଛି ଗଗନ ପବନ। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ପୂଜକଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ସନ୍ଧ୍ୟା ହେଲେ ଝଲସୁଛି ବିଭିନ୍ନ ପୂଜା ପେଣ୍ଡାଲ । ବଢୁଛି ଭକ୍ତଙ୍କ ଭିଡ଼ । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତ୍ତି ତ ଆଉ କେଉଁଠି ଆକର୍ଷଣର କେନ୍ଦ୍ର ପାଲଟିଛି ଆକର୍ଷଣୀୟ ତୋରଣ । କଟକ ସହରରେ ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୂଜା । ଶକ୍ତିମୟୀଙ୍କ ଆରାଧନାରେ ପରିବେଶ ଉଛୁଳି ପଡୁଛି । ଆଜି ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରାଯାଇଛି। ବିଶ୍ବାସ ରହିଛି ରାବଣପୋଡ଼ି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ରାବଣ ପୋଡ଼ି ପାଇଁ ଭୁବନେଶ୍ବରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାପରେ ଆସନ୍ତାକାଲି ମେଲାଣି ନେବା ଦଶଭୂଜା।

Leave A Reply

Your email address will not be published.