ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସସପେଣ୍ଡ, ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ମଧ୍ୟବର୍ତ୍ତୀ କମିଟି ଗଠନ
ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଖେଳ ମନ୍ତ୍ରଣାଳୟ ନେଲା ବଡ ନିଷ୍ପତ୍ତି । ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେର୍ଟ ବୋର୍ଡ ।ଶ୍ରୀ ଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।
ବିଶ୍ୱକପ ୨୦୨୩ ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ଲାଗି ରହିଛି । ଦଳର ଖରାପ ପ୍ରଦର୍ଶନ ଯୋଗୁଁ ସରକାର ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି । ଶ୍ରୀଲଙ୍କା ଖେଳ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି । ଶ୍ରୀଲଙ୍କା ବିଶ୍ୱକପରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୨ ମ୍ୟାଚ ଜିତିଛି । ଟିମ୍ ସେମିଫାଇନାଲରୁ ପାଖାପାଖି ବାଦ୍ ପଡିଛି । ଶ୍ରୀଲଙ୍କାକୁ ଭାରତ ୩୦୨ ରନରେ ହରାଇଥିଲା । ଏହାପରେ ଦେଶରେ ହଙ୍ଗାମା ଦେଖିବାକୁ ମିଳିଛି । ଖେଳ ମନ୍ତ୍ରଣାଳୟ ଏହାକୁ ନେଇ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଛି ।
ଖେଳ ମନ୍ତ୍ରଣାଳୟ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଛି । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।
ଚେୟାରମ୍ୟାନ୍ ଅର୍ଜୁନ ରଣତୁଙ୍ଗାଙ୍କ ବ୍ୟତୀତ ମଧ୍ୟବର୍ତ୍ତୀ କମିଟିରେ ଆହୁରି ୫ ଜଣ ଲୋକ ଅଛନ୍ତି, ଯେଉଁମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ରହିସାରିଛନ୍ତି । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଏହି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କାର୍ଯ୍ୟର ତଦାରଖ କରିବ ।
The appointment of the Interim Committee for SLC will be taken up for discussion at the Cabinet meeting today, as President Ranil Wickremesinghe has not been notified about the decision to appoint such a committee or the composition of its members- Adaderana #LKA #SriLanka https://t.co/K8Ly15uqG2
— Sri Lanka Tweet 🇱🇰 (@SriLankaTweet) November 6, 2023
ଶ୍ରୀଲଙ୍କା କ୍ରିକେଟର ସଚିବ ଶନିବାର ଦିନ ଇସ୍ତଫା ଦେଇଛନ୍ତି । କ୍ରିକେଟ ଫ୍ୟାନ୍ସ ତାଙ୍କ ଅଫିସ ବାହାରେ ଟିମ୍ ହାରିବା ନେଇ ପ୍ରଦର୍ଶନ କରିବାରୁ ସେ ଇସ୍ତଫା ଦେଇଛନ୍ତି ।
ସୂଚନାଯୋଗ୍ୟ, ଆଜି ଶ୍ରୀଲଙ୍କା ଟିମ୍ ବାଂଲାଦେଶକୁ ଭେଟିବ । ଦିଲ୍ଲୀରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ଜିତିଲେ ଟିମ୍ ୨୦୨୫ ଟାମ୍ପିଅନ ଟ୍ରଫି ପାଇଁ କ୍ୱାଲିଫାଏ କରିବ ।