ରଶ୍ମିକା ମନ୍ଦାନାଙ୍କ ନକଲି ଭିଡିଓ ହେଉଛି ଭାଇରାଲ, ସୋସିଆଲ ମିଡିଆରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ୟୁଜର୍ସ

ସାଉଥ୍‌ ଅଭିନେତ୍ରୀ ରଶ୍ମିକାଙ୍କ ଭଳି ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । । X ର ଅନେକ ୟୁଜର୍ସ ଏହି ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବ ଶୀଘ୍ର ରଣବୀର କପୁରଙ୍କ ସହିତ ଆନିମଲ ଫିଲ୍ମରେ  ନଜର ଆସିବେ  । ଏହି ଫିଲ୍ମ ବିଷୟରେ ଇଣ୍ଡଷ୍ଟ୍ରୀରେ ଖୁବ୍‌ ସମୟ ଧରି ଚର୍ଚ୍ଚା ହେଉଛି । ଏହି ସମୟ ମଧ୍ୟରେ ରଶ୍ମିକାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ନକଲି ଭିଡିଓ ଦେଖିବା ପାରେ X ର ଅନେକ ୟୁଜର୍ସ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଏହି ଭିଡିଓ ମେଡାସ୍‌ ସାହୁ ନାମକ ଜଣେ X ୟୁଜରଙ୍କ ଆକାଉଣ୍ଟରୁ ସୋସିଆଲ ମିଡିଆରେ ସେୟାର ହୋଇଛି । ତେବେ ଭିଡିଓରେ ଦେଖିବାକୁ ମିଳିଛି, ଯେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ଏହି ଭିଡିଓ ସେୟାର ହେବା ମାତ୍ରେ ଏଥିରେ ପ୍ରାୟ ଏପର୍ଯ୍ୟନ୍ତ ୩ ହଜାର ୨୦୨ ଭିୟୁ ହୋଇଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏହାକୁ ଦେଖିବା ପରେ ରାଗି ଯାଇଥିଲେ । ଏହା ସହ X ର ଅନେକ ୟୁଜର୍ସ କହିଛନ୍ତି, ଯେ ଏହା ଏକ AI ଜେନେରେଟ୍‌ ଭିଡିଓ ଏବଂ କ୍ଲିପ୍ରେ ଦେଖାଯାଇଥିବା ମହିଳା ରଶ୍ମିକା ନୁହଁନ୍ତି । ତେବେ X ର ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ଜାରା ପଟେଲ, ସେ ଜଣେ ବ୍ରିଟିଶ ଭାରତୀୟ ଝିଅ । ଜାରା ପଟେଲଙ୍କ ଇନଷ୍ଟାଗ୍ରାମରେ ତାଙ୍କର ୪ ଲକ୍ଷ ୧୬ ହଜାର ଫଲର୍ସ ଅଛନ୍ତି । ସେ ଏକ ସ୍ଲିଭଲେସ୍ ବ୍ଲାକ୍ ୟୁନିଟାର୍ଡ ପିନ୍ଧିଥିବାର ନଜର ଆସିଛନ୍ତି । ସୂଚନା ମୁତାବକ,ଏହି ଭିଡିଓଟି ପ୍ରଥମେ ଜାରାଙ୍କ ଦ୍ୱାରା ଅକ୍ଟୋବର ୯ ରେ ସେୟାର କରାଯାଇଥିଲା ।

ଏହି ନକଲି ଭିଡିଓ ସେୟାର ହେବା ପାରେ, ବଲିଉଡର ବିଗ୍‌ ବି ମଧ୍ୟ ରଶ୍ମିକାଙ୍କ ଏହି ଭିଡିଓ ସେୟାର କରିଥବା ଲୋକଙ୍କ ବିରୁଧରେ କଡ଼ା ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

X ର ଅନେକ ୟୁଜର୍ସ ଏହି ଭିଡିଓ ଦେଖି ରାଗି ଜାଇଥିଲେ ଏବଂ କହିଥିଲେ, ଯେ ଏହି ପରି ଭିଡିଓ ତିଆରି କାରିବା ଲୋକଙ୍କୁ ନିନ୍ଦା କରିବା ଉଚିତ । ଜଣେ ୟୁଜର ଏହି ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ପ୍ରକୃତରେ ଏକ ଚିନ୍ତାଜନକ ପରିସ୍ଥିତି । ସୂଚନା ମୁତାବକ, ଏହି ଭଳି ପୂର୍ବରୁ ମଧ୍ୟ ହୋଇଛି । ଅନେକ ସେଲିବ୍ରିଟିଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଥିଲା । ସେହି ସବୁ ସେଲସବ୍ରିଟିଙ୍କ ମଧ୍ୟରେ ଟମ କ୍ରୁଜ, ଆନ୍ ହାଥୱେ, ମୋହନଲାଲ, ମାମୁଟି, ଫାହାଦ୍ ଫାସୀଲ ଏବଂ ଅନ୍ୟାନ୍ୟ ଷ୍ଟାର ସାମିଲ ରହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.