ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସସପେଣ୍ଡ, ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ମଧ୍ୟବର୍ତ୍ତୀ କମିଟି ଗଠନ

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଖେଳ ମନ୍ତ୍ରଣାଳୟ ନେଲା ବଡ ନିଷ୍ପତ୍ତି । ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେର୍ଟ ବୋର୍ଡ ।ଶ୍ରୀ ଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।

ବିଶ୍ୱକପ ୨୦୨୩ ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ଲାଗି ରହିଛି । ଦଳର ଖରାପ ପ୍ରଦର୍ଶନ ଯୋଗୁଁ ସରକାର ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି । ଶ୍ରୀଲଙ୍କା ଖେଳ ମନ୍ତ୍ରଣାଳୟ ଏହାର ସୂଚନା ଦେଇଛି । ଶ୍ରୀଲଙ୍କା ବିଶ୍ୱକପରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୨ ମ୍ୟାଚ ଜିତିଛି । ଟିମ୍‌ ସେମିଫାଇନାଲରୁ ପାଖାପାଖି ବାଦ୍‌ ପଡିଛି । ଶ୍ରୀଲଙ୍କାକୁ ଭାରତ ୩୦୨ ରନରେ ହରାଇଥିଲା । ଏହାପରେ ଦେଶରେ ହଙ୍ଗାମା ଦେଖିବାକୁ ମିଳିଛି । ଖେଳ ମନ୍ତ୍ରଣାଳୟ ଏହାକୁ ନେଇ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଛି ।

ଖେଳ ମନ୍ତ୍ରଣାଳୟ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଛି । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।

ଚେୟାରମ୍ୟାନ୍ ଅର୍ଜୁନ ରଣତୁଙ୍ଗାଙ୍କ ବ୍ୟତୀତ ମଧ୍ୟବର୍ତ୍ତୀ କମିଟିରେ ଆହୁରି ୫ ଜଣ ଲୋକ ଅଛନ୍ତି, ଯେଉଁମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତି ରହିସାରିଛନ୍ତି । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଏହି ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର କାର୍ଯ୍ୟର ତଦାରଖ କରିବ ।

ଶ୍ରୀଲଙ୍କା କ୍ରିକେଟର ସଚିବ ଶନିବାର ଦିନ ଇସ୍ତଫା ଦେଇଛନ୍ତି । କ୍ରିକେଟ ଫ୍ୟାନ୍ସ ତାଙ୍କ ଅଫିସ ବାହାରେ ଟିମ୍‌ ହାରିବା ନେଇ ପ୍ରଦର୍ଶନ କରିବାରୁ ସେ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ଶ୍ରୀଲଙ୍କା ଟିମ୍‌ ବାଂଲାଦେଶକୁ ଭେଟିବ । ଦିଲ୍ଲୀରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍‌ ଜିତିଲେ ଟିମ୍‌ ୨୦୨୫ ଟାମ୍ପିଅନ ଟ୍ରଫି ପାଇଁ କ୍ୱାଲିଫାଏ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.