ଲଞ୍ଚ ହେଲା ରୟାଲ ଏନଫିଲ୍ଡ ହିମାଲୟାନ 450, ଜାଣନ୍ତୁ ଦାମ ଏବଂ ଫିଚର୍ସ
ଦୀର୍ଘ ସମୟର ଅପେକ୍ଷା ପରେ ରୟାଲ୍ ଏନଫିଲ୍ଡ ଶେଷରେ ନିଜର ନୂଆ ହିମାଲୟାନ ଅର୍ଥାତ Himalayan 450 ଲଞ୍ଚ କରିଛି । ନୂଆ Himalayan 450ରେ କେବଳ ପାଓ୍ଵାରଫୁଲ ଇଞ୍ଜିନ ଦିଆଯାଇଛି ତାହା ନୁହେଁ ଏଥିରେ ଦମଦାର ଫିଚର ସହ ବଢ଼ିଆ ଡିଜାଇନ ବି ଦିଆଯାଇଛି ।
ଦୀର୍ଘ ସମୟର ଅପେକ୍ଷା ପରେ ରୟାଲ୍ ଏନଫିଲ୍ଡ ଶେଷରେ ନିଜର ନୂଆ ହିମାଲୟାନ ଅର୍ଥାତ Himalayan 450 ଲଞ୍ଚ କରିଛି । ନୂଆ Himalayan 450ରେ କେବଳ ପାଓ୍ଵାରଫୁଲ ଇଞ୍ଜିନ ଦିଆଯାଇଛି ତାହା ନୁହେଁ ଏଥିରେ ଦମଦାର ଫିଚର ସହ ବଢ଼ିଆ ଡିଜାଇନ ବି ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ନୂଆ ରୟାଲ୍ ଏନଫିଲ୍ଡ ହିମାଲୟାନ 450ର ଦାମ୍ ଏବଂ ଏଥିରେ କଣ ଖାସ ରହିଛି । ଏହି ଆଡଭେନଚର ବାଇକର ଦାମ ଡିସେମ୍ବର ୩୧ ସୁଦ୍ଧା ୨.୬୯ ଲକ୍ଷ ରହିଛି ଏବଂ ଏହାର ଟପ୍ ମଡେଲ୍ ପାଇଁ ୨.୮୪ ଲକ୍ଷ ଏକ୍ସ-ଶୋ’ରୁମ୍ ମୂଲ୍ୟ ରଖାଯାଇଛି ।
ରୟାଲ୍ ଏନଫିଲ୍ଡ ହିମାଲୟାନ 450 ଇଞ୍ଜିନ୍ :
ଏହି ବାଇକରେ ଦିଆଯାଇଥିବା ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, ଅପଡେଟ୍ ହୋଇଥିବା ରୟାଲ୍ ଏନଫିଲ୍ଡ ହିମାଲୟାନରେ ଏକ ନୂଆ 452 ସିସି ଲିକ୍ୱିଡ-କୁଲ୍ଡ DOHC ସିଙ୍ଗଲ୍-ସିଲିଣ୍ଡର ଇଞ୍ଜିନ ଦିଆଯାଇଛି । ଯାହାକି ୮,୦୦୦ rpm ରେ ୩୯.୫ hp ର ମ୍ୟାକ୍ସିମମ୍ ପାଓ୍ଵାର ଏବଂ ୫,୫୦୦ rpmରେ ୪୦ NMର ପିକ୍ ଟର୍କ ଜେନେରେଟ କରେ । ଯାହା ଆସିଷ୍ଟ ଏବଂ ସ୍ଲିପର୍ କ୍ଲଚ୍ ସହିତ 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ା ଯାଇଛି । ତେବେ ରୟାଲ୍ ଏନଫିଲ୍ଡରେ ଦିଆଯାଇଥିବା ଏହା ହେଉଛି ସବୁଠାରୁ ପାଓ୍ଵାରଫୁଲ ଇଞ୍ଜିନ୍ ।
ରୟାଲ୍ ଏନଫିଲ୍ଡ ହିମାଲୟାନ 450 ସସପେନ୍ସନ୍ ଏବଂ ବ୍ରେକିଂ :
ସସପେନ୍ସନ୍ ପାଇଁ ଏହାର ଫ୍ରଣ୍ଟରେ ୪୩ ମିଲିମିଟର USD ଫୋର୍କସ ଥିବାବେଳେ ରିୟର ସାଇଡରେ ଏକ ପ୍ରି-ଲୋଡ୍ ଆଡଜଷ୍ଟେବଲ୍ ମୋନୋଶକ୍ ଦିଆଯାଇଛି । ବ୍ରେକିଂ ବିଷୟରେ କହିବାକୁ ଗଲେ, ଫ୍ରଣ୍ଟରେ ୩୨୦ ମିଲିମିଟର ସିଙ୍ଗଲ୍ ଡିସ୍କ ଏବଂ ରିୟରରେ ୨୭୦ ମିଲିମିଟର ଡିସ୍କ ରହିଛି ଏବଂ ଏହି ଆଡଭେନଚର୍ ଟୁରିଙ୍ଗ ବାଇକର ଓଜନ ବିଷୟରେ କହିବାକୁ ଗଲେ ଏହାର ଓଜନ ୧୯୬ କିଲୋଗ୍ରାମ ରହିଛି । ଏହାର ଫ୍ୟୁଲ୍ ଟ୍ୟାଙ୍କର କ୍ୟାପାସିଟି ୧୭-ଲିଟର ରହିଛି ।
ରୟାଲ୍ ଏନଫିଲ୍ଡ ହିମାଲୟାନ 450 ଫିଚର :
ନୂଆ ରୟାଲ୍ ଏନଫିଲ୍ଡ ହିମାଲୟାନ 450 ଫିଚର ବିଷୟରେ କହିବାକୁ ଗଲେ ଏଥିରେ ଇଣ୍ଟିଗ୍ରେଟେଡ୍ ଗୁଗଲ୍ ମ୍ୟାପ୍ସ, ସୁଇଚେବୁଲ୍ ରିଅର୍ ଏବିଏସ୍, ରାଇଡିଂ ମୋଡ୍ସ , ଏଲଇଡି ଲାଇଟ୍, ଡୁଆଲ୍ ରିୟର ଟେଲ୍ ଲାଇଟ୍, ୪-ଇଞ୍ଚର ସର୍କୁଲାର୍ TFT ଇନଷ୍ଟମେଣ୍ଟ କ୍ଲଷ୍ଟର ଦିଆଯାଇଛି, ଯାହା ଟର୍ନ ଇଣ୍ଡିକେଟର ଭାବରେ ମଧ୍ୟ କାମ କରେ ।