ରାହୁଲ ଦ୍ରାବିଡ ଏବଂ ବିସିସିଆଇ ମଧ୍ୟରେ କଥାବାର୍ତ୍ତା, ଖୁବଶୀଘ୍ର ନୂଆ କୋଚ ନିଯୁକ୍ତି

ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିସିସିଆଇ ଖୁବଶୀଘ୍ର ନୂଆ କୋଚ ନିଯୁକ୍ତି ଦେବାକୁ ଯୋଜନା କରିଛି । ଟି୨୦ ବିଶ୍ୱକପକୁ ଧ୍ୟାନରେ ରଖି ନୂଆ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବାକୁ ବିସିସିଆଇ ବିଚାର କରୁଛି ।

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ କ୍ରିକେଟ ଟିମ୍‌ ଦମଦାର ପ୍ରଦର୍ଶନ କରିଥିବା ବେଳେ ଟ୍ରଫି ଜିତିପାରିନଥିଲା ସତ କିନ୍ତୁ ଫ୍ୟାନ୍ସଙ୍କ ହୃଦୟ ଜିତିପାରିଛି । ଫାଇନାଲ ମ୍ୟାଚରେ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିଛି । ଏହାସହିତ ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିସିସିଆଇ ଖୁବଶୀଘ୍ର ନୂଆ କୋଚ ନିଯୁକ୍ତି ଦେବାକୁ ଯୋଜନା କରିଛି । ଖାସ୍‌ ଏଥିପାଇଁ ବିସିସିଆଇ ଦ୍ରାବିଡଙ୍କୁ ଡାକି କଥା ହୋଇଛି ।

ରାହୁଲ ଦ୍ରାବିଡଙ୍କ ସହିତ ଆଗାମୀ ଯୋଜନାକୁ ନେଇ ବିସିସିଆଇ ସହିତ କଥା ହୋଇଛନ୍ତି । ଟି୨୦ ବିଶ୍ୱକପକୁ ଧ୍ୟାନରେ ରଖି ନୂଆ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବାକୁ ବିସିସିଆଇ ବିଚାର କରୁଛି । ଏଥିରେ ସବୁଠାରେ ଆଗରେ ଭିଭିଏସ ଲକ୍ଷ୍ମଣଙ୍କ ନାମ ରହିଛି । ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡଙ୍କ ଅବଧି ଶେଷ ହୋଇଥିଲେ ହେଁ ତାଙ୍କୁ ଏହାକୁ ବୃଦ୍ଧି କରିବା ପାଇଁ ବିସିସିଆଇ ପ୍ରସ୍ତାବ ଦେଇଥିଲା । ହେଲେ ସେ ଏହାକୁ ଗ୍ରହଣ କରି ନାହାନ୍ତି । ଏବେ ସେ ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଦଳର ମୁଖ୍ୟ କୋଚ ଭାବେ କାମ କରୁଛନ୍ତି । ଭାରତୀୟ ଟିମ ଡିସେମ୍ବରରେ ସାଉଥ ଆଫ୍ରିକା ଗସ୍ତ କରିବ । ଆଗାମୀ ଟି-୨୦ ବିଶ୍ୱକପ ସାଉଥ ଆଫ୍ରିକାରେ ଖେଳାଯିବ । ଏହାକୁ ଆଉ ୭ ମାସ ବାକି ରହିଛି ।

ଖବର ମୁତାବକ, ରାହୁଲ ଦ୍ରାବିଡ ଆଉ ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ନାହିଁ । ସେ ଆଇପିଏଲରେ ନଜର ଆସିବେ । ୨୦୨୪ ଆଇପିଏଲରେ ସେ ଲକ୍ଷ୍ମୌ ସୁପର ଜିଆଣ୍ଟସର ମେଣ୍ଟର ହୋଇପାରନ୍ତି । ଏଥିପାଇଁ ସବୁ ପ୍ରକାରର ଡିଲ୍ ଫାଇନାଲ ହୋଇସାରିଛି । ଗତ ଦୁଇ ବର୍ଷ ହେଲା ଲକ୍ଷ୍ନୌର ମେଣ୍ଟର ଭାବେ ଗୌତମ ଗମ୍ଭୀର କାମ କରୁଥିଲେ । କିନ୍ତୁ ୨୦୨୪ ସଂସ୍କରଣ ପୂର୍ବରୁ ସେ କେକେଆରକୁ ଚାଲି ଯାଇଛନ୍ତି । ତେଣୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କ ଟିମର ମେଣ୍ଟର ଭୂମିକାରେ ରାହୁଲ ଦ୍ରାବିଡ କାମ ଆରମ୍ଭ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.