ଜାଣନ୍ତୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ନାନ ଓ ଦାନର କ’ଣ ରହିଛି ମହତ୍ତ୍ୱ

ଏହି ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ ଉଦୟ ସମୟରେ ସ୍ନାନ ଓ ଦାନ କରିବାରର ମହତ୍ୱ କୁହାଯାଇଛି ଏବଂ ଏଥର ପୂର୍ଣ୍ଣିମା ତିଥିର ସୂର୍ଯ୍ୟ ଉଦୟ ସୋମବାର ହେବ । ସେଥିପାଇଁ ସ୍ନାନ ଓ ଦାନର ପୂର୍ଣ୍ଣିମା ନଭେମ୍ବର ୨୭ରେ ପାଳନ କରାଯିବ ।

ଚଳିତ ବର୍ଷ ଅନେକ ପର୍ବ ପର୍ବାଣୀର ଦିନ ବାରକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । କାରଣ ତିଥି ନକ୍ଷତ୍ର ଏଭଳି ଭାବେ ପଡୁଥିଲା ଯେ ତାହା ଆଜି ଅଧା ତ କାଲିକୁ ଅଧା ରହୁଥିଲା । ଏବେ ସେହିଭଳି କିଛି ସନ୍ଦେହ ଲୋକଙ୍କ ମନରେ ରହିଛି ଏଥରର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ । ପୂର୍ଣ୍ଣିମା ଦୁଇ ଦିନ ପଡୁଛି । ଯେବେ ପୂର୍ଣ୍ଣିମା ଦୁଇ ଦିନର ହୋଇଥାଏ, ସେତେବେଳେ ପ୍ରଥମ ଦିନରେ ଉପବାସ ପାଳନ କରାଯାଏ । ଦ୍ୱିତୀୟ ଦିନରେ ସ୍ନାନ ଓ ଦାନର ପୂର୍ଣ୍ଣିମା ପାଳନ କରାଯାଇଥାଏ । ତେବେ ଯେଉଁ ଦିନ ପୂର୍ଣ୍ଣ ରୂପରେ ଚନ୍ଦ୍ରମା ଉଦୟ ହୋଇଥାନ୍ତି, ସେହି ଦିନକୁ ଭ୍ରାତାଦି ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହା ସହ ଆଜି ଚନ୍ଦ୍ର ଆକାଶରେ ସଂପୂର୍ଣ୍ଣ ରୂପରେ ଉଦୟ ହେବେ । ଏହି ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ ଉଦୟ ସମୟରେ ସ୍ନାନ ଓ ଦାନ କରିବାରର ମହତ୍ୱ କୁହାଯାଇଛି ଏବଂ ଏଥର ପୂର୍ଣ୍ଣିମା ତିଥିର ସୂର୍ଯ୍ୟ ଉଦୟ ସୋମବାର ହେବ । ସେଥିପାଇଁ ସ୍ନାନ ଓ ଦାନର ପୂର୍ଣ୍ଣିମା ନଭେମ୍ବର ୨୭ରେ ପାଳନ କରାଯିବ ।

ପୂର୍ଣ୍ଣିମା ଦିନ ସ୍ନାନ ଓ ଦାନର ମହତ୍ୱ :
କୁହାଯାଏ ଯେ ପୂର୍ଣ୍ଣିମା ଦିନ ଶ୍ରୀହରି ବିଷ୍ଣୁ ନିଜେ ଗଙ୍ଗାରେ ରୁହନ୍ତି । ବିଶ୍ୱାସ କରାଯାଏ ଯେ ପୂର୍ଣ୍ଣିମା ଦିନ ଦିଆଯାଇଥିବା ଦାନ ଦକ୍ଷିଣାର ଶୁଭ ଫଳ ଭବିଷ୍ୟତରେ ଆମକୁ ମିଳିଥାଏ । ତେବେ ପୂର୍ଣ୍ଣିମା ଦିନ ସ୍ନାନ କରିବା ପରେ ତେଲ, ଗୁଡ, ତୁଳା, ଘିଅ, ଫଳ, ଅନ୍ନ, କମ୍ବଳ, ବସ୍ତ୍ର ଆଦି ଦାନ କରିବା ଉଚିତ । ଏହା ସହିତ ଜଣେ ଦରିଦ୍ର ତଥା ଭିକ୍ଷୁକଙ୍କୁ ଖାଦ୍ୟ ଖୁଆଇବା ଉଚିତ । ଶାସ୍ତ୍ରରେ ଏହି ଦିନରେ ସବୁଠାରୁ ଅଧିକ ଗଙ୍ଗାରେ ସ୍ନାନ ଓ ଦାନ କରିବା ବିଷୟରେ ଉଲ୍ଲେଖ ରହିଛି । ଏହା ସହ ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିବା ଉଚିତ ।

ଦେବ ଦୀପାବଳି ଦିନ ଭଗବାନ ପୃଥିବୀକୁ ଆସିଥାନ୍ତି :
ନଭେମ୍ବର ୨୬ରେ ତ୍ରିପୁରୀ ପୂର୍ଣ୍ଣିମା ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବ ଦେବତାମାନଙ୍କର ପ୍ରାର୍ଥନା ଶୁଣିବା ପରେ ତ୍ରିପୁରାସୁର ନାମକ ଅତ୍ୟାଚାରୀ ରାକ୍ଷାସ ଠାରୁ ସମସ୍ତଙ୍କୁ ରକ୍ଷା କରିଥିଲେ । ଏହି କାରଣରୁ ସେହିଦିନ ଆନନ୍ଦରେ ଦେବତାମାନେ ଦୀପ ପ୍ରଜ୍ୱଳନ କରି ଏହି ଦିନକୁ ଦେବ ଦୀପାବଳି ଭାବେ ପାଳନ କରିଥିଲେ । ଉତ୍ତରପ୍ରଦେଶରେ ଅଧିକାଂଶ ଲୋକ ଦେବ ଦୀପାବଳିର ଏହି ପର୍ବ ଉତ୍ସାହରେ ପାଳନ କରିଥାନ୍ତି । ଏହି ଦିନ ଗଙ୍ଗା ଏବଂ କାଶୀ ନଦୀର ବିଭିନ୍ନ କୂଳରେ ଅଗଣିତ ମାଟି ଦୀପ ଜଳାଯାଇଥାଏ । ପୂର୍ଣ୍ଣିମା ଦିନ ଅନେକ ନଦୀ ଘାଟରେ ଡଙ୍ଗା ସବୁ ସଜାଯାଇ ନଦୀରେ ଭସାଯାଏ ।

ଏପରି ମଧ୍ୟ କୁହାଯାଏ କି ଆଜି ଦେବତାମାନେ ପୃଥିବୀକୁ ଓହ୍ଲାଇ ଆସନ୍ତି । ସେମାନଙ୍କୁ ସ୍ୱାଗତ କରିବା ପାଇଁ ଦୀପ ଜଳାଯାଏ । ଶାସ୍ତ୍ର ଅନୁଯାୟୀ ଆଜି ସନ୍ଧ୍ୟାରେ ଶିବ ମନ୍ଦିରରେ ଦୀପ ଜଳାଯାଏ । ଶିବ ମନ୍ଦିର ବ୍ୟତୀତ ଅନ୍ୟ ମନ୍ଦିର, ଓସ୍ତ ଗଛ ଏବଂ ତୁଳସୀ ଗଛ ମୂଳେ ଦୀପ ଜଳାଯାଏ । ଦୀପ ଜାଳିବା ସହିତ ଭଗବାନ ଶିବଙ୍କୁ ପୂଜା କରିବା ଏବଂ ଅଭିଷେକ କରିବାର ପରମ୍ପରା ରହିଛି । ଏପରି କରିବା ଦ୍ୱାରା ଜ୍ଞାନ ଏବଂ ଧନ ଲାଭ ହୋଇଥାଏ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ଭଲ ରହିବା ସହ ଆୟୁଷ ମଧ୍ୟ ବଢିଥାଏ ।

ଦେବ ଦୀପାବଳି ଦିନ ଭୋଲେନାଥଙ୍କୁ ପୂଜା କରିଲେ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ :
ଆହୁରି ମଧ୍ୟ ଦେବ ଦୀପାବଳି ଦିନ ବିଶେଷ କରି କାଶୀରେ ବାବା ବିଶ୍ୱନାଥଙ୍କୁ ପଞ୍ଚ ଉପଚାରଙ୍କ ପୂଜା ସହ ତାଙ୍କର ମହା ଆଳତୀ କରାଯାଏ । ଏହାର ନାମ କାଶୀ ବିଶ୍ୱନାଥ ପ୍ରତୀକ ଦିବସ ଭାବେ ରଖାଯାଇଛି । ଏହି ଦିନ ନରମାଡେଶ୍ୱର ଶିବଲିଙ୍ଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଯେଉଁଠାରେ ନରମାଡେଶ୍ୱର ବାସ କରନ୍ତି, ସେଠାରେ କାଳ ବା ଯମଙ୍କ ଭୟ ରହିନଥାଏ । ଆଜିର ଦିନରେ ସେମାନଙ୍କୁ ପୂଜା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ବଢିଥାଏ । ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କ ଭଲ ରହେ । ବହୁତ ସୁଖ ଓ ଶାନ୍ତିରେ ଜୀବନ କଟିଥାଏ ।
ତେଣୁ ଆପଣମାନେ ଏହି ଅନୁସାରେ କାର୍ତ୍ତିକ ମାସର ବ୍ରତ ରଖି ନିଷ୍ଠାରେ ପାଳନ କଲେ ନିଶ୍ଚୟ ଶୁଭ ଫଳ ପ୍ରାପ୍ତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.