Below header

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ତ୍ରୁଟି, ନିଲମ୍ବିତ ହେଲେ ୭ ପୋଲିସ ଅଧିକାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ବଡ଼ ଆକ୍ସନ । ଏହି ମାମଲାରେ ଜଣେ ଏସ୍ପି, ଦୁଇ ଜଣ ଡିଏସପିଙ୍କ ସମେତ ୭ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଗତ ବର୍ଷ ଜାନୁଆରୀ ମାସ ୫ ତାରିଖରେ ପଞ୍ଜାବର ଭଟିଣ୍ଡା ଏୟାରପୋର୍ଟରୁ ଫିରୋଜପୁର ରାସ୍ତାରେ ଯିବା ସମୟରେ ଏହି ଘଟଣା ଘଟିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମାମଲାରେ ଜଣେ ଏସ୍ପି, ଦୁଇ ଜଣ ଡିଏସପିଙ୍କ ସମେତ ୭ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୋଲିସକର୍ମୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଚାର୍ଜସିଟ୍ ମଧ୍ୟ ଫାଇଲ୍ କରାଯାଇଛି । ଗତ ବର୍ଷ ଜାନୁଆରୀ ମାସ ୫ ତାରିଖରେ ପଞ୍ଜାବର ଭଟିଣ୍ଡା ଏୟାରପୋର୍ଟରୁ ଫିରୋଜପୁର ରାସ୍ତାରେ ଯିବା ସମୟରେ ଏହି ଘଟଣା ଘଟିଥିଲା । ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଫ୍ଲାଏଓଭର ଓଭର ଉପରେ ୩୦ ମିନିଟ ପର୍ଯ୍ୟନ୍ତ ଅଟକି ରହିବାକୁ ପଡ଼ିଥିଲା ।

ପଞ୍ଜାବ ଗସ୍ତ ସମୟରେ ମୋଦିଙ୍କ କାରକେଡକୁ ଫ୍ଲାଏଓଭରରେ କୃଷକମାନେ ଅଧଘଣ୍ଟା ପର୍ଯ୍ୟନ୍ତ ନାକାବନ୍ଦୀ କରି ରଖିଥିଲେ । ତେବେ ଏହି ମାମଲାକୁ ତେଣ ତତ୍‌କାଳ ଚରଣଜିତ ସିଂ ଚିନ୍ନୀ ସରକାରକୁ ନେଇ କଡ଼ା ସମାଲୋଚନା କରିଥିଲା ବିଜେପି ।

ଏହି ମାମଲାରେ ପଞ୍ଜାବ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶନାମାରେ ଭଟିଣ୍ଡା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଗୁରୁବିନ୍ଦର ସିଂହ ସାଙ୍ଘା, ଡିଏସପି ପାରସନ ସିଂ ଓ ଜଗଦୀଶ କୁମାର, ଇନ୍ସପେକ୍ଟର୍ ଜତିନ୍ଦର ସିଂ ଓ ବଲବିନ୍ଦର ସିଂହ, ଏସଆଇ ଜସଓ୍ଵନ୍ତ ସିଂ ଏବଂ ଏଏସଆଇ ରକେଶ କୁମାରଙ୍କୁ ନିଲମ୍ବନ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୨ ଜାନୁଆରୀ ୫ ତାରିଖ ଦନି ଭଟିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ୍‌ ଅଧଘଣ୍ଟା କାଳ ଫସି ରହିଥିଲେ । କୃଷକମାନେ ରାସ୍ତା ଉପରେ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ଏହାପରେ ମୋଦି ଏୟାରପୋର୍ଟ ଫେରିଯାଇଥିଲେ । ଏହି ସମୟରେ ସାଙ୍ଘା ଫିରୋଜପୁରର ପୋଲିସ ଏସପି ଥିଲେ ।

ରାଜ୍ୟ ଗୃହ ବିଭାଗ ଆଦେଶ ଅନୁସାରେ, ଡିଏସପି ର‍୍ୟାଙ୍କର ଅଧିକାରୀ ପାରସନ ସିଂ ଏବଂ ଜଗଦୀଶ କୁମାର, ଇନ୍ସପେକ୍ଟର ଜତିନ୍ଦର ସିଂ ଏବଂ ବଲବିନ୍ଦର ସିଂ, ଏସଆଇ ଜସଓ୍ଵନ୍ତ ସିଂ ଏବଂ ଏଏସଆଇ ରକେଶ କୁମାରଙ୍କୁ ନିଲମ୍ବିତ କରାଯାଇଛି । ଆଦେଶର କୁହାଯାଇଛି କି, ସମସ୍ତ ପୋଲିସ କର୍ମୀଙ୍କୁ ପଞ୍ଜାବ ସିଭିଲ ସେବା ନିୟମ୧୯୭୦ର ନିୟମ ୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.