ଯୌତୁକ ଦାବିର କରୁଣ ପରିଣତି , ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା

ଝିଅର ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ବାପା । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବୁଢାବାରି ଗାଁ ରେ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁ ର ରଶ୍ମିତା ବାରିକ ।

ଛାତିର କୋହକୁ ସମ୍ଭାଳି ପାରୁ ନାହାନ୍ତି । ମନର ବେଦନାକୁ ଆଖିର ଳୁହରେ ଅଜାଡ଼ି ଦେଉଛନ୍ତି । ଅନେକ ସ୍ୱପ୍ନ ଦେଖି ଝିଅକୁ ବାହା ଦେଇଥିଲେ । କିନ୍ତୁ ଆଜି ଝିଅ ସମସ୍ତଙ୍କୁ ପର କରି ଚାଲି ଯାଇଛି । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ତାଙ୍କ ପାଇଁ ସବୁ କିଛି ଫିକା ପଡ଼ି ଯାଇଛି । ଅଫେରା ରାଇଜକୁ ଚାଲି ଯାଇଛି ତାଙ୍କ ଝିଅ । ଝିଅକୁ ବଡ଼ ଧୁମଧାମରେ ବାହା ଦେଇଥିଲେ । ଝିଅ ଉପରେ ଟିକେ ଆଞ୍ଚ ଆସିବା ପୂର୍ବରୁ ନିଜେ ସବୁ କଷ୍ଟକୁ ସହି ନେଉଥିଲେ କିନ୍ତୁ ଆଜି ଆଉ ତାଙ୍କ ଝିଅ ଦୁନିଆରେ ନାହିଁ ।

ଝିଅର ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ବାପା । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବୁଢାବାରି ଗାଁ ରେ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ସେହି ଗାଁ ର ରଶ୍ମିତା ବାରିକ । ଅଭିଯୋଗ ଅନୁସାରେ ଗତ ୩ ବର୍ଷ ପୂର୍ବରୁ ବୁଢାବାରି ଗାଁ ର ଦିପୁ ବାରିକଙ୍କୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ ରଶ୍ମିତା । କିନ୍ତୁ ସମୟ ଚକରେ ସବୁକିଛି ବଦଳି ଯାଇଥିଲା । ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ ଝିଅକୁ ମାରି ଦେଇଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ।

ଏଭଳି ଖବର ପାଇବା ପରେ ତାରାସିଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଭଞ୍ଜନଗର ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଚଳାଇଛି ।
ଭରଷା କରି ଯାହା ହାତ ଧରିଥିଲେ ସେ ହିଁ ଏଭଳି କରିଥିବା ସହଜରେ ବିଶ୍ୱାସ ହେଉନି । କିନ୍ତୁ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ମହିଳାଙ୍କ ହତ୍ୟାକାଣ୍ଡ ହୋଇଥିବା ଜଣା ପଡ଼ିଛି । ଏଭଳି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଆସୁଛି । ସାମାନ୍ୟ ଯୌତୁକ ପାଇଁ ଏଭଳି ଅମାନବୀୟ କାଣ୍ଡ କରିବାକୁ ପଛାଉ ନାହାନ୍ତି କିଛି ଅମାନୁଷିକ ମଣିଷ । ନିଜ ଲୋଭକୁ ପୂରା କରିବା ପାଇଁ ଘରର ବୋହୂଙ୍କ ଉପରେ ଅତ୍ୟାଚାର ଖବର ସବୁବେଳେ ଶୁଣିବାକୁ ମିଳୁଛି । କିଛି ମହିଳା ଅତ୍ୟାଚାର ସହି ନପାରି ଜୀବନ ହାରିବା ଭଳି ପଦକ୍ଷେପ ମଧ୍ୟ ନେଇଥାନ୍ତି । ତେବେ ଏଭଳି ଘଟଣାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ଶତ ଚେଷ୍ଟା କରୁଥିଲେ ମଧ୍ୟ ଏଭଳି ଘଟଣା ବାରମ୍ବାର ଆସୁଛି । ତେବେ ଦେଖାଯାଉ ଏହି ଘଟଣାର ତଦନ୍ତ ଆଗକୁ କେଉଁ ମୋଡ଼ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.