Below header

ରେଡ୍ କରିବାକୁ ଯାଇ ଚୋରି କରୁଛି ପୋଲିସ, ପଚାରିଲେ ଦେଖାଉଛି ନାଲି ଆଖି

ବର୍ଦ୍ଦିରେ ଥାଇ ଚୋରୀ କରୁଛି ପୋଲିସ୍ । ତାହା ପୁଣି ସୁନା କି ରୂପା ନହେଁ ଗ୍ରାଇଣ୍ଡର, ଗ୍ୟାସ ଚୁଲା , ଇଣ୍ଡେକ୍ସନ , ଇଲେକ୍ଟ୍ରି ବଲ , ମୋବାଇଲ ଚାର୍ଜର, ବ୍ଲୁ ଟୁଥ ଭଳି ସାମଗ୍ରୀ

ବାଲିପାଟଣା : ଟିକିଏ ଏହି ଦୃଶ୍ୟ ନଜର ପକାନ୍ତୁ । ଏ ଦୃଶ୍ୟ ଦେଖି ଆପଣ କଣ ଭାବୁଛନ୍ତି । ପୋଲିସ ଅଧିକାରୀଙ୍କ ଏ କି ପ୍ରକାର କାରନାମା । କଣ କରୁଛନ୍ତି ଏଠି ଥାନା ବାବୁ । ରେଡ୍ କରିବାକୁ ଆସି ମୋବାଇଲ୍ ଚାର୍ଜର ସହ ବ୍ଲୁଟୁଥ୍ କାହିଁ ନେଉଛନ୍ତି । ଏ ଦୃଶ୍ୟ ଦେଖି ଆପଣ ଯେତିକି ଦ୍ବନ୍ଦରେ ପଡ଼ୁଛନ୍ତି ଆମେ ମଧ୍ୟ ସେତିକି ଦ୍ବନ୍ଦରେ ଅଛୁ । ପ୍ରକ୍ତରେ ଥାନା ବାବୁ କରୁଛନ୍ତି କଣ ? ମୋବାଇଲ୍ ଚାର୍ଜରରେ ତାଙ୍କର କାର୍ଯ କଣ ? କଣ ପାଇଁ ସେ ଏହି ସାମଗ୍ରୀ ହାତରେ ଧରି ନେଇଯାଉଛନ୍ତି ?
ହଁ ଆଜ୍ଞା, ପଦାରେ ପଡ଼ିଲା ପୋଲିସର କଳା କାରନାମା । ବର୍ଦ୍ଦିରେ ଥାଇ ଚୋରୀ କରୁଛି ପୋଲିସ୍ । ତାହା ପୁଣି ସୁନା କି ରୂପା ନହେଁ ଗ୍ରାଇଣ୍ଡର, ଗ୍ୟାସ ଚୁଲା , ଇଣ୍ଡେକ୍ସନ , ଇଲେକ୍ଟ୍ରି ବଲ , ମୋବାଇଲ ଚାର୍ଜର, ବ୍ଲୁ ଟୁଥ ଭଳି ସାମଗ୍ରୀ । ଏହି ଚୋରୀ ସମୟର ସମସ୍ତ ଦୃଶ୍ୟ CCTV ରେ କଏଦ ହୋଇଛି । ଯେଉଁ ଦୃଶ୍ୟ ସମସ୍ତଙ୍କୁ ହତ ଚକିତ କରିଛି ।

ସୁଚନା ମୁତାବକ୍ , ଗୁରୁବାର ଦିନ ଖୋର୍ଦ୍ଧା ବନଖଣ୍ଡ, ଭିଜିଲାନ୍ସ ଏବଂ ପୋଲିସ ବାଲିପାଟଣା ରେ ଥିବା ୩ ଟି ବେଆଇନ୍ କରତକଳ ଉପରେ ଚଢାଉ କରିଥିଲେ । କୁଳନ୍ତିରା ସ୍ଥିତ କରତକଳ ଉପରେ ଚଢାଉ ସମୟରେ ୨ ଜଣ ପୋଲିସ ଏବଂ ଅନ୍ୟ ଜଣେ କରତକଳ ପରିସରରେ ଥିବା ଘର ମଧ୍ୟରୁ ଚୋରୀ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ସମସ୍ତ ଦୃଶ୍ୟସିସି ଟିଭିରେ କଏଦ୍ ହୋଇଥିଲା । ଦ୍ଶରେ ଦେଖିବାକୁ ମିଳିଛି ଯେ ପୋଲିସ ଜଣକ ରୁମ୍ ଭିତରକୁ ପ୍ରବେଶ କରିଥିଲେ ଆଉ ଘରର ଆସବାବ ପତ୍ର୍ର ମଧ୍ୟରେ ଖୋଜା ଖୋଜି କରିଥିଲେ । ଏଣେ ତେଣେ ଖୋଜିବା ପରେ ଚାର୍ଜର, ବ୍ଲୁଟୁଥ୍ ନେଇଯିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା । ଆଉ ଚୋରି କରିବା ସମୟରେ ଥାନା ବାବୁଙ୍କର CCTV ଉପରେ ନଜର ପଡ଼ିବା କ୍ଷଣି ସଙ୍ଗେ ସଙ୍ଗେ CCTV ବନ୍ଦ କରି ପୁଣି ଚୋରୀ କାର୍ଯ ଚାଲୁ ରଖିଛନ୍ତି । ଯାହା ଫଳରେ ଅନ ସାମଗ୍ରୀ ନେଉଥିବାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇପାରୁନୁ । କିନ୍ତୁ ପ୍ରଥମେ ମୋବାଇଲ୍ ଚାର୍ଜର ବ୍ଲୁ ଟୁଥ୍ର ନେଉଥିବା ସେ ସମୟର ସମସ୍ତ ଦୃଶ୍ୟ କିନ୍ତୁ CCTV ରେ କଏଦ ହୋଇଛି । ଚୋରା କରତକଳ ଉପରେ ଚଢାଉ କରିବା ପାଇଁ ଆସି ପୋଲିସ କର୍ମଚାରୀ ଚୋରୀ କରିବା ଘଟଣା ଏବେ ବେଶ ଚର୍ଚ୍ଚା ହେଉଛି ।

ଖାଲି ଏତିକିରେ କଥା ସରିନି ବାଲିପାଟଣା ଛକରେ ଥିବା ବେଆଇନ୍ କରତକଳ ଉପରେ ଚଢାଉ ସମୟରେ ଏସିଏଫ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ସାମ୍ବାଦିକଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । ପୋଲିସ ଲଗାଇ ସାମ୍ବାଦିକ ମାନଙ୍କୁ ବାହାର କରିଦେବାକୁ ଚେଷ୍ଟା କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହୋଇଛି । ତେବେ ଚୋରଙ୍କ ନିକଟରୁ ଆମକୁ ସୁରକ୍ଷା ଦେଉଥିବା ରକ୍ଷକ ଯଦି ନିଜେ ଏପରି ଚୋରୀ କରିବେ ତେବେ ଆମକୁ ବିପଦମୁଖରୁ ସୁରକ୍ଷା ଦେବ କିଏ ? ତାହା ଏଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.