Below header

ବାଂଲାଦେଶରୁ ବାଲେଶ୍ବର ଆସିଥିବା ଯୁବତୀଙ୍କର ହେଲା ମେଡିକାଲ୍ ଟେଷ୍ଟ, ସମ୍ପର୍କକୁ ଭିତ୍ତିହୀନ କହି ଛୁ ମାରିଲେ ଯୁବକ

ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଆଜି ବାଲେଶ୍ବରରେ ପହଞ୍ଚିଲେ ପ୍ରେମିକା । ଗତକାଲି ସନ୍ଧ୍ୟାରେ ବାଂଲାଦେଶୀ ଯୁବତୀ ରୁମା କମର୍ଦ୍ଦା ଥାନାରେ ପହଞ୍ଚି ପ୍ରେମିକ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ଆଜି କମରଦା ପୋଲିସ ଯୁବତୀଙ୍କ ମେଡିକାଲ ଟେଷ୍ଟ ସାରିଛି।

ବାଲେଶ୍ବର (କେନ୍ୟୁଜ): ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଆଜି ବାଲେଶ୍ବରରେ ପହଞ୍ଚିଲେ ପ୍ରେମିକା । ଗତକାଲି ସନ୍ଧ୍ୟାରେ ବାଂଲାଦେଶୀ ଯୁବତୀ ରୁମା କମର୍ଦ୍ଦା ଥାନାରେ ପହଞ୍ଚି ପ୍ରେମିକ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ପରେ ଆଜି କମରଦା ପୋଲିସ ଯୁବତୀଙ୍କ ମେଡିକାଲ ଟେଷ୍ଟ ସାରିଛି। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଟିମ୍ ପହଞ୍ଚି ଯୁବତୀଙ୍କର ମେଡିକାଲ ଟେଷ୍ଟ କରିବା ପରେ ପୁଣି କମର୍ଦା ଥାନାକୁ ନେଇଛନ୍ତି ।

ସେପଟେ ରୁମା ନିଜର ସ୍ବାମୀ ବୋଲି ଦାବି କରୁଥିବା ବୀରେନ୍ଦ୍ର ପ୍ରତାପ ଭଞ୍ଜ ଯୁବତୀଙ୍କ ବାଲେଶ୍ଵର ଆସିବା ପର ଠାରୁ ଫେରାର ରହିଛି । ତେବେ ଯୁବତୀଙ୍କ ଅଭିଯୋଗ କୁ ବିରେନ୍ଦ୍ରଙ୍କ ଖଣ୍ଡନ କରିଥିବା ବେଳେ ଉଭୟଙ୍କ ସମ୍ପର୍କକୁ ଭିତ୍ତିହୀନ ଦର୍ଶାଇଛନ୍ତି । ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି କମର୍ଦ୍ଦା ଥାନା ପୋଲିସ 145/23 ମୂଳେ ମାମଲା ରଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ସୁଚନା ମୁତାବକ୍‌, ବାଂଲାଦେଶୀ ଯୁବତୀ ରୁମା ମାରୀୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମରଦା ଥାନା ଅଧୀନ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ସୋସିଆଲ ମିଡ଼ିଆରୁ ଭଲ ପାଇବା ଆରମ୍ଭ ହୋଇଥଲା । ପରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖାକରିବା ସହ ତାଙ୍କ ସହ ସମ୍ପର୍କ ବଢାଇ ଥିଲେ । ଦୀର୍ଘ ୬ ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ରଙ୍କୁ ବାଂଲାଦେଶ କକ୍ସ ବଜାରରେ ମୁସଲିମ ରୀତିନୀତି ଅନୁସାରେ ମୌଲାନା ଉପସ୍ଥିତିରେ ଉଭୟ ବିବାହ କରିଥିବା ଦାବି କରିଛନ୍ତି । ବିରେନ୍ଦ୍ର ହିଁ ରୂମାଙ୍କ ସ୍ବାମୀ ବୋଲି ରୁମା ଦାବି କରିଛନ୍ତି । ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସଂପର୍କ ରଖିବା ପରେ କିଛି ଦିନ ହେବ ବିରେନ୍ଦ୍ର ରୁମାଙ୍କୁ ହତାଦର କରୁଥିବା ବେଳେ ତାଙ୍କ ସହ ଭଲରେ ସମ୍ପର୍କ ରଖୁ ନଥିବା ସହ ତାଙ୍କ ଠାରୁ ଦୂରେଇ ରହୁଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ବିରେନ୍ଦ୍ର ଅନ୍ୟତ୍ର ବାହା ହୋଇ ପଡିଛନ୍ତି । କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ପୁନଃ ରହିବା ପାଇଁ ଜିଦ୍ ଧରିଛନ୍ତି । ପ୍ରମାଣ ସ୍ବରୂପ ବାଂଲାଦେଶରେ ରୁମା ଓ ବିରେନ୍ଦ୍ରଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ରୁମାଙ୍କ ପାଖରେ ରହିଛି ସେ ନ୍ୟାୟ ପାଇଁ ବାଲେଶ୍ଵର ଆସିଥିବା ବେଳେ ରୁମା ନିଜର ସ୍ବାମୀ ବୋଲି ଦାବି କରୁଥିବା ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଘରୁ ତଡ଼ି ଦିଆଯାଇଥିବା କଥା ସେ ପୂର୍ବରୁ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.