ଶୀତଦିନରେ କେଶ ଶୁଷ୍କ ହୋଇଯାଉଛି କି ? ଏହି ୪ଟି ଉପାୟରେ ଦୂର କରନ୍ତୁ

ଶୀତଦିନରେ ଡ୍ରାଏ ହେୟାର ଆପଣଙ୍କ ଓଭରାଲ ବିୟୁଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି କାରଣରୁ ଆମେ ବାହାରକୁ ଯିବା ସମୟରେ ଆମକୁ ମୁଣ୍ଡ ଘୋଡେଇ ଯିବାକୁ ପଡିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଶୀତଦିନରେ ନିଜ କେଶକୁ ଶୁଷ୍କ ହେବାରୁ କିପରି ରକ୍ଷା କରିବା ।

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅଳସୁଆ ହୋଇଯାଆନ୍ତି । ଏହି ଦିନରେ ଲୋକଙ୍କର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ସେହିପରି ଭାବେ ଶୀତଦିନେ ହେଉଥିବା ଥଣ୍ଡା ଓ ପବନ ଯୋଗୁ କେଶ ସମସ୍ୟା ମଧ୍ୟ ହୋଇଥାଏ । ଅଧିକ ଥଣ୍ଡା ଲାଗିବା ହେତୁ କେଶର ଆଦ୍ରତା କମ ହେବା ସହ ଶୁଷ୍କ ମଧ୍ୟ ହୋଇଯାଏ । ଡ୍ରାଏ ହେୟାର ଆପଣଙ୍କ ଓଭରାଲ ବିୟୁଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି କାରଣରୁ ଆମେ ବାହାରକୁ ଯିବା ସମୟରେ ଆମକୁ ମୁଣ୍ଡ ଘୋଡେଇ ଯିବାକୁ ପଡିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଶୀତଦିନରେ ନିଜ କେଶକୁ ଶୁଷ୍କ ହେବାରୁ କିପରି ରକ୍ଷା କରିବା ଏବଂ ଆମକୁ କ’ଣ କରିବା ପାଇଁ ପଡିବ ।

କିପରି କେଶକୁ ଶୁଷ୍କ ହେବାରୁ ରକ୍ଷା କରିବେ :
ତେଲ ଲଗାଇବେ :
ଶୀତଦିନରେ କେଶର ଆଦ୍ରତା ବଜାୟ ରଖିବା ପାଇଁ ନିୟମିତ ଭାବେ ତେଲ ବ୍ୟବହାର କରନ୍ତୁ । ନଡିଆ ତେଲ, ବାଦାମ ତେଲ ଏବଂ ଅଲିଭ୍‌ ଅଏଲେ କେଶକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣମାନେ ତ ଜାଣିଥିବେ ଯେ ଅନେକ ଲୋକ କେଶରେ ତେଲ ଲଗାଇବା ଠାରୁ ଦୂରେଇ ରହିଥାନ୍ତି । କିନ୍ତୁ ଏପରି କରିବା ଭୁଲ୍‌ ହୋଇଥାଏ ଏବଂ ଏପରି କି ଆଗକୁ ଯାଇ ଆପଣଙ୍କ କେଶ ଖରାପ ହୋଇପାରେ । ସେଥିପାଇଁ ଆପଣ ନିୟମିତ ଭାବେ କେଶରେ ତେଲ ଲଗାଇବା ଉଚିତ ।

ଉଷୁମ ପାଣିରେ କେଶ ଧୁଅନ୍ତୁ :
ଶୀତଦିନେ ଉଷୁମ ପାଣିରେ କେଶ ଧୋଇଲେ ତାର ଶୁଷ୍କତା କମିଥାଏ । କେଶ ଧୋଇବା ବେଳେ ଏହିକଥାର ଧ୍ୟାନ ରଖିବା ଉଚିତ, ଯେ ପାଣି ଅଧିକ ଗରମ ହେବା ଠିକ୍‌ ନୁହେଁ । ନଚେତ ଆପଣଙ୍କ କେଶ ନଷ୍ଟ ହେବା ସହ ମୁଣ୍ଡର ଚର୍ମ ମଧ୍ୟ ଜଳି ଯାଇପରେ ।

ତାଜା ଫଳ ଏବଂ ପନିପରିବା ଖାଇବା ଜରୁରୀ :
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଖାଇବା ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ଯଦି ଆପଣ ନିଜ କେଶକୁ ଭଲ ଏବଂ ସୁନ୍ଦର ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ନିଜର ପ୍ରତିଦିନ ଖାଦ୍ୟରେ ଫଳ ଓ ପନିପରିବା ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଅଧିକ ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ କେଶର ଆଦ୍ରତା ବଜାୟ ରଖିବାରେ ଅନେକ ସାହାଯ୍ୟ କରେ ।

ମାଇଲ୍ଡି ସାମ୍ପୁର ବ୍ୟବହାର କରନ୍ତୁ :
ବର୍ତ୍ତମାନ କେଶ ସଫା କରିବା ପାଇଁ ସାମ୍ପୁର ବ୍ୟବହାର କରିବା ଜରୁରୀ ହୋଇଗଲାଣି । କିନ୍ତୁ ଆପଣ ଯଦି ଅଧିକ କେମିକାଲ ମିଶ୍ରିତ ପ୍ରଡକ୍ଟ ବ୍ୟବହାର କରନ୍ତି, ତେବେ ଆପଣଙ୍କ କେଶ ନଷ୍ଟ ହୋଇପାରେ । ସେଥିପାଇଁ ଆପଣ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ କେଶରେ ମାଇଲ୍ଡ ସାମ୍ପୁ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶ ଶୁଷ୍କତାରୁ ରକ୍ଷା ହେବା ସହ ଭଲ ମଧ୍ୟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.