କନ୍ନଡ ଅଭିନେତ୍ରୀ ଲୀଲାବତୀଙ୍କ ନିଧନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଦ୍ଦରମୈୟା

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଲୀଲାବତିଙ୍କ ପରଲୋକ । ଗମ୍ଭୀର ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିବା ଲୀଲାବତି କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଲୀଲାବତିଙ୍କ ପରଲୋକ । ଗମ୍ଭୀର ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିବା ଲୀଲାବତି କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ଲୀଲାବତି କନ୍ନଡ, ତାମିଲ ଏବଂ ତେଲୁଗୁ ସମତେ ୬୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।

ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ଲେଖିଛନ୍ତି, ‘କନ୍ନଡ଼ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଲୀଲାବତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଫିଲ୍ମରେ ତାଙ୍କର ନିକ୍ଷୁଣ ଅଭିନୟ ଏବଂ ଉଲ୍ଲେଖନୀୟ ପ୍ରତିଭା ସବୁବେଳେ ମନେ ରହିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଓମ୍ ଶାନ୍ତି ।’

୧୯୫୮ରେ ଲୀଲାବତି କନ୍ନଡ଼ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ । ସେ କନ୍ନଡ଼ ଭାଷାରେ ୪୦୦ରୁ ଅଧିକ ଫିଲ୍ମ ସମେତ ତାମିଲ ଏବଂ ତେଲୁଗୁ ଭଳି ଭାଷାରେ ୬୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି । ଲୀଲାବତିଙ୍କ ବିୟୋଗରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଲହରୀ ଖେଳିଯାଇଛି । ତେବେ ତାଙ୍କ ପରଲୋକରେ ତାଙ୍କ ପୁଅ ବିନୋଦ ରାଜ କହିଛନ୍ତି, ମା’ ଚାଲିଯିବା ପରେ ମୁଁ ଏକୁଟିଆ ହୋଇଯାଇଛି ।

ଭକ୍ତ କୁମ୍ଭାରା, ସନ୍ତ ତୁକାରାମ, ଭକ୍ତ ପ୍ରହ୍ଲାଦ, ମାଙ୍ଗଲ୍ୟ ୟୋଗ୍ ଏବଂ ମନ୍ ମୋଚ୍ଚିଦା ଭଳି ଫିଲ୍ମରେ ନିକ୍ଷୁଣ ଅଭିନୟ କରିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଲୀଲାବତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏକ ପୋଷ୍ଟରେ ସେ ଲେଖିଛନ୍ତି,‘ ଲୀଲାବତିଙ୍କ ଦେହାନ୍ତ ଖବର ଅତ୍ୟନ୍ତ କଷ୍ଟଦାୟକ । ନିକଟରେ ମୁଁ ଅସୁସ୍ଥତା ଖବର ଶୁଣି ତାଙ୍କୁ ଭେଟିଥିଲି । ତାଙ୍କ ପରିବାର ସହ ମଧ୍ୟ କଥା ହୋଇଥିଲି । ତାଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.