Below header

ବଲାଙ୍ଗୀରରେ ହାଇଦ୍ରାବାଦର IT ଟିମ୍: ଟଙ୍କା ଗଣତି ପାଇଁ ବଢିଲା ମେସିନ୍ ଓ କର୍ମଚାରୀଙ୍କ ସଂଖ୍ୟା

ଟଙ୍କା ଗଣିବାକୁ ଆହୁରି ଦୁଇ ଦିନ ଲାଗିବ । ଏପଟେ ବଲାଙ୍ଗୀରରେ ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ହେବ ଖୋଳତାଡ଼ । ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ଆଜି ପୁଣି ଟଙ୍କା ଗଣିବା ଆରମ୍ଭ ହୋଇଛି ।

(କେନ୍ୟୁଜ): ସରୁନି ଟଙ୍କା ଗଣା, ବଢିଲା ମେସିନ । ଟଙ୍କା ଗଣିବାକୁ ଆହୁରି ଦୁଇ ଦିନ ଲାଗିବ । ଏପଟେ ବଲାଙ୍ଗୀରରେ ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ହେବ ଖୋଳତାଡ଼ । ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ଆଜି ପୁଣି ଟଙ୍କା ଗଣିବା ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟାରେ ସୁଦପଡାରେ ଚଢ଼ାଉ କରିଥିଲା ଆୟକର ବିଭାଗ । ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ ବ୍ୟାଗ ଟଙ୍କା ଜବତ ହୋଇଛି । ଟଙ୍କା ଜବତକୁ କଡା ସୁରକ୍ଷା ଭିତରେ ଵଲାଙ୍ଗିରର SBI ବ୍ୟାଙ୍କର ମୁଖ୍ୟ ଶାଖାରେ ରଖାଯାଇଛି । ପ୍ରଥମ ଦିନ ସୁଦପଡା ମଦଭାଟିରୁ ୧୫୬ ବସ୍ତା ଓ ଗତକାଲି ମଦଭାଟି ମ୍ୟାନେଜରଙ୍କ ଘରୁ ୨୦ ବ୍ୟାଗ ଟଙ୍କା ଜବତ କରିଥିଲା ଆୟକର ବିଭା

ଅନୁଗୁଳ ଓ ଭୁବନେଶ୍ୱରରୁ ଅଣାଯାଇଛି ଟଙ୍କା ଗଣିବା ମେସିନ । ୪୦ଟି ବ୍ୟାଗରୁ ପ୍ରାୟ ୪୬ କୋଟି ଟଙ୍କା ଗଣତି ସାରିଥିବା ବେଳେ ଆଉ ୧୩୬ଟି ବ୍ୟାଗ ଟଙ୍କା ଗଣିବା ବାକି ଅଛି । ଆଗାମୀ ଦିନରେ ଅଧିକ ଷ୍ଟାଫ ଓ ମେସିନ ବଢ଼ାଇ ୨ ଦିନ ମଧ୍ୟରେ ଟଙ୍କା ଗଣତି ଶେଷ ହେବାର ଆଶା ରଖିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଲାଙ୍ଗିର ଶାଖା । ଗତକାଲି ଅବକାରୀ ଅଫିସରେ ଆୟକର ବିଭାଗର ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲା । କେତେ ରାଜସ୍ୱ ଦେଉଥିଲେ ମଦ ବ୍ୟବସାୟୀ ? କିପରି ଆୟକର ଟିକସ ଫାଙ୍କୁଥିଲେ ?

ଏନେଇ ତଦନ୍ତ କରିବା ସହିତ ଵଲାଙ୍ଗିର SBIରେ ଆୟକର ବିଭାଗ ଟଙ୍କା ଗଣତି ଜାରି ରଖିଛି । ଆଉ ଗୋଟିଏ ଟିମ ସୁଦପଡା ମଦଭାଟିରେ ଚଢ଼ାଉ କରୁଛନ୍ତି । ଏବେ ଜବତ ଟଙ୍କାକୁ ଗଣି ଗଣି ହାଲିଆ ଆୟକର ବିଭାଗର ଅଧିକାରୀ । ସମ୍ବଲପୁର ବଡ଼ବଜ଼ାର ମଦଭାଟି କାର୍ଯ୍ୟାଳୟରେ ପୁଣି ଆୟକର ଅଧିକାରୀ ପହଁଞ୍ଚିଛନ୍ତି। ୬ ଜଣ ଅଧିକାରୀ କିଛି କାଗଜ ପତ୍ର ଯାଞ୍ଚ କରୁଥିବା ଜଣା ପଡିଛି l ସେପଟେ ବ୍ୟାଙ୍କ ମୁଖ୍ୟ ଶାଖାରେ ମଧ୍ୟ କିଛି ବ୍ୟାଙ୍କ ଅଧିକାରୀ ଟଙ୍କା ଗଣିବା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.