କୁନି ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ, ‘ଦ୍ଵିତୀୟ ମନ ଏବଂ ତୃତୀୟ ନୟନ’!

ଏବେ ଆଉ ହେବ ନାହିଁ ସଡକ ଦୁର୍ଘଟଣା କାରଣ ଦୁର୍ଘଟଣାରୁ ରକ୍ଷା କରିବ ଏହି ହେଲମେଟ । ଏହି କୁନି ବୈଜ୍ଞାନିକ ଜଣକ ଏକ ହେଲମେଟକୁ ନେଇ ଆରମ୍ଭ କରିଥିଲେ ଗବେଷଣା । ଏହାର ନାମ ରଖାଯାଇଥିଲା 'ଦ୍ଵିତୀୟ ମନ ଏବଂ ତୃତୀୟ ନୟନ' ଏକଥା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏ ନାମ ପଛରେ ରହିଛି ଏକ ନୂତନ ଉଦ୍ଭାବନର ସୂତ୍ର ।

ମଣିଷ ସମାଜ ପାଇଁ ବିଜ୍ଞାନ ଏକ ବରଦାନ ସଦୃଶ୍ୟ, ବିଜ୍ଞାନ ବିନା ଆଧୁନିକ ମଣିଷ ସମାଜ ଗଠନ ଅସମ୍ଭବ । ବିଜ୍ଞାନ ବଳରେ ମଣିଷ ଆଜି ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରପୃଷ୍ଠରେ ନିଜର ସ୍ଥିତି ଜାହିର କରିପାରିଛି । ଆଜିର ସମାଜରେ ବିଜ୍ଞାନ ବିନା ମଣିଷ ବଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ଦୈନ୍ୟଦିନର ଜୀବନଚର୍ଯ୍ୟା ଭିତରେ ଆଜିର ମଣିଷ ନିଶ୍ଚିନ୍ତ ବିଜ୍ଞାନର ଉପଯୋଗୀତାକୁ ବ୍ୟବହାର କରୁଛି । ତେଣୁ ଶିକ୍ଷା କ୍ଷେତ୍ରରେ ବିଜ୍ଞାନର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ସମୟରେ ସହଯୋଗ ଯୋଗାଇ ଆସୁଛନ୍ତି । ଛୋଟ ଛୋଟ ପିଲାଙ୍କ ମନରେ ବିଜ୍ଞାନର ଚେତନା ଜାଗ୍ରତ କରିବା ପାଇଁ ପ୍ରତ୍ୟକ ବର୍ଷ ବିଭିନ୍ନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆୟୋଜନ କରାଯାଇ କୁନି କୁନି ବୈଜ୍ଞାନିକ ମାନଙ୍କ ପ୍ରକଳ୍ପକୁ ପ୍ରଦର୍ଶନ କରାଯାଉଛି ।

ଚଳିତ ବର୍ଷ ମଧ୍ୟ ଅସ୍ତରଙ୍ଗ ବ୍ଲକ ପାଇଁ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା । ଏହି ବିଜ୍ଞାନ ମେଳାରେ ମୋଟ ୧୪୦ ଟି ପ୍ରକଳ୍ପ ସ୍ତାନିତ କରାଯାଇଥିବା ବେଳେ ସେଥିମଧ୍ୟରୁ ପାଟବଳଦା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଓମ ପ୍ରକାଶ ନାୟକ ଆଣିଥିବା ପ୍ରକଳ୍ପ ଉପରେ ସମସ୍ତଙ୍କ ନଜର ରହିଥିଲା । ଏବେ ଆଉ ହେବ ନାହିଁ ସଡକ ଦୁର୍ଘଟଣା କାରଣ ଦୁର୍ଘଟଣାରୁ ରକ୍ଷା କରିବ ଏହି ହେଲମେଟ । ଏହି କୁନି ବୈଜ୍ଞାନିକ ଜଣକ ଏକ ହେଲମେଟକୁ ନେଇ ଆରମ୍ଭ କରିଥିଲେ ଗବେଷଣା । ଏହାର ନାମ ରଖାଯାଇଥିଲା ‘ଦ୍ଵିତୀୟ ମନ ଏବଂ ତୃତୀୟ ନୟନ’ ଏକଥା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏ ନାମ ପଛରେ ରହିଛି ଏକ ନୂତନ ଉଦ୍ଭାବନର ସୂତ୍ର ।

ଆଜିକାଲି ଅନେକ ସମୟରେ ବିଭିନ୍ନ କାରଣକୁ ନେଇ ସଡ଼କ ଦୁର୍ଘଟଣା ହେଉଛି ଏବଂ ଅନେକ ଲୋକଙ୍କ ପ୍ରାଣ ହାନି ମଧ୍ୟ ଘଟୁଛି । ଏହାକୁ ଲକ୍ଷ କରି ଓମ ପ୍ରକାଶ ଏକ ମଡେଲ ପ୍ରସ୍ତୁତ କରିଛନ୍ତି । ଏକ ହେଲମେଟକୁ ଆଣି ସେଥିରେ ବହୁ ପ୍ରକାର ଉପକରଣ ବ୍ୟବହାର କରାଯାଇଛି, ହେଲମେଟର ଆଗ ଏବଂ ପଛ ପାର୍ଶ୍ୱରେ ଦୁଇଟି କ୍ୟାମେରା ଲଗାଇବା ସହିତ ଆଲକୋହଲ ସେନ୍ସର, ଫିଙ୍ଗରପ୍ରିଣ୍ଟ ସେନ୍ସର, ଷ୍ଟ୍ରେଟ ଲାଇନ ସେନ୍ସର, ବ୍ୟାକ ଲାଇନ ସେନ୍ସର ସହିତ ଏକ ସ୍ପିକର ଏବଂ ଏକ ହାର୍ଡ଼ଡିସ୍କ ବ୍ୟବହାର କରାଯାଇଛି । ଏହି ହେଲମେଟଟି ଏକ ଅତ୍ୟାଧୁନିକ ହେଲମେଟର ରୂପ ନେଇଛି ।

ଏହି ହେଲମେଟ ପିନ୍ଧି ମଟର ସାଇକେଲର ଏକ୍ସିଲେଟେର ଛୁଇଁବା କ୍ଷଣି ମଟରସାଇକେଲଟି ଷ୍ଟାର୍ଟ ହୋଇଯିବ । ସେହିଭଳି ଯଦି କୌଣସି ଲୋକ ଏହି ହେଲମେଟ ପିନ୍ଧି ମଦ୍ୟପାନ କରି ଗାଡି ଚଲାଉଥିବ ତେବେ ଏହି ହେଲମେଟରେ ଲାଗିଥିବା ଆଲକୋହଲ ସେନ୍ସର ସଙ୍ଗେ ସଙ୍ଗେ ଚିହ୍ନଟ କରି ହେଲମେଟରେ ଲାଗିଥିବା ବଜର ବାଯିବାକୁ ଲାଗିବ । ସେହିଭଳି ଯଦି କୌଣସି ସମୟରେ ଏକ ଅଜଣା ଗାଡି ପଛରୁ କିମ୍ବା ଆଗରୁ ଧକ୍କା ଦେଇ ଦୁର୍ଘଟଣା ଘଟାଇ ଚାଲିଯାଏ ଏହି ହେଲମେଟରେ ଲାଗିଥିବା କ୍ୟାମେରା ତାହାକୁ ରେକର୍ଡ କରି ହାର୍ଡ଼ଡିସ୍କରେ କଏଦ କରିପାରିବ ଏବଂ ପରବର୍ତ୍ତୀ ସମୟରେ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଚିହ୍ନଟ କରାଯାଇ ପାରିବ । ଏହି ଭଳି ଅନେକ ସୁବିଧା ଏହି ହେଲମେଟ ଦ୍ବାରା ମିଳିପାରିବ ବୋଲି କୁନି ବୈଜ୍ଞାନିକ ଓମପ୍ରକାଶ ନାୟକ କହିଛନ୍ତି ।

ସେହିଭଳି କାକଟପୁର ବ୍ଲକ ସ୍ତରୀୟ ବିଜ୍ଞାନମେଳା ବାଲିଦୋକାନ ନିକଟ ବଟେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ମୋଟ ୧୫୧ ଟି ପ୍ରକଳ୍ପ ସ୍ତାନିତ ହୋଇଥିବା ବେଳେ ସେଥିମଧ୍ୟରୁ ନଟେଶ୍ୱର ପ୍ରାଚୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ରୀ ଲିପ୍ସା ପ୍ରିୟଦର୍ଶିନୀ କର ‘ସମନ୍ବିତ କୃଷି ପ୍ରଣାଳୀ ‘ ଉପରେ ଏକ ପ୍ରକଳ୍ପ କରିଥିଲେ ଯାହା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ମଡେଲ ଭିତରେ ପ୍ରଥମେ ଏକ ପୋଖରୀ କରାଯାଇ ସେଥିରେ ମାଛ ଚାଷ କରାଯାଉଛି ଏବଂ ସେହି ପୋଖରୀ ଉପରେ ଏକ କୁକୁଡ଼ା ଫାର୍ମ ନିର୍ମାଣ କରି ସେଥିରେ କୁକୁଡ଼ା ଚାଷ କରାଯାଉଛି ।

ଚାଷ କରାଯାଇଥିବା କୁକୁଡ଼ାଙ୍କ ମଳକୁ ପୋଖରୀ ମଧ୍ୟକୁ ଛାଡି ତାହା ମାଛ ମାନଙ୍କ ଖାଦ୍ଯ ଭାବରେ ଦିଆ ଯାଉଛି । ଅନ୍ୟପଟେ ସେହି ପୋଖରୀ ପାଣିକୁ ବ୍ୟବହାର କରାଯାଇ ସମନ୍ବିତ ଚାଷ କାର୍ଯ୍ୟ କରାଯାଉଛି ସେଥିରେ ଧାନ, ମଣ୍ଡିଆ, ଆଖୁ, ମକା ଭଳି ଏକାଧିକ ଚାଷ କରାଯିବା ସହିତ ଗୋ ପାଳନ ଏବଂ ଛେଳି ପାଳନ କରାଯାଉଛି । ପଶୁ ମାନଙ୍କ ଗୋବରକୁ କମ୍ପୋଷ୍ଟ ଖତ ଭାବରେ ବ୍ୟବହାର କରାଯାଉଛି, ଯାହା ଜୈବିକ କୃଷି କରାଯାଇ ସୁସ୍ଥ ଏବଂ ନିରୋଗ ଖାଦ୍ଯ ଶସ୍ୟ ଉତ୍ପାଦନ କରାଯାଇ ପାରୁଛି ।

ଏହା ସହିତ ଏଠାରେ ସୋଲାର ସିଷ୍ଟମ ଯୋଗେ ଶୌର ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ପାରୁଛି ଏବଂ ଏକ ଗୋବର ଗ୍ଯାସ ପ୍ଳାଣ୍ଟ ମଧ୍ୟ କରାଯାଇଛି । ଏହି କୁନି ବୈଜ୍ଞାନିକ ଜଣକ ଅଳ୍ପ ଖର୍ଚରେ ସ୍ୱଳ୍ପ ସମୟରେ ଅଧିକ ଉତ୍ପାଦନ କରି ଲାଭବାନ ହୋଇପାରିବାର ଏକ ମଡେଲ ପ୍ରସ୍ତୁତ କରିଥିଲେ, ଯାହା ଚାଷୀ ଭାଇ ମାନଙ୍କ ପାଇଁ ବେଶ ଲାଭଦାୟକ ହୋଇପାରିବ ବୋଲି ଦାବି କରିଛନ୍ତି କୁନି ବୈଜ୍ଞାନିକ ଲିପ୍ସା ପ୍ରିୟଦର୍ଶିନୀ କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.