ISIS ସହ ସଂପୃକ୍ତି ଅଭିଯୋଗରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢଉ, ୧୩ ଗିରଫ

କର୍ଣ୍ଣାଟକ ଓ ମହାରାଷ୍ଟ୍ରର ୪୪ଟି ସ୍ଥାନରେ ଚଢଉ କରି ୧୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ସହ ମିଳିତ ଭାବେ ଚଢଉ କରିଛି NIA।

ISIS ସହ ସଂପୃକ୍ତି ଅଭିଯୋଗ ନେଇ ଏନଆଇଏର ବଡ଼ ଧରଣର ଚଢଉ । କର୍ଣ୍ଣାଟକ ଓ ମହାରାଷ୍ଟ୍ରର ୪୪ଟି ସ୍ଥାନରେ ଚଢଉ କରି ୧୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ସହ ମିଳିତ ଭାବେ ଚଢଉ କରିଛି NIA। ଥାନେ ଗ୍ରାମାଞ୍ଚଳର ୩୧ଟି ସ୍ଥାନରେ ଚଢଉ ହୋଇଥିବା ବେଳେ ଥାନେ ସହରର ୯ଟି ସ୍ଥାନ, ଭୟନ୍ଦରର ଗୋଟିଏ ଜାଗା, ପୁନେର ୨ଟି ସ୍ଥାନ ଓ କର୍ଣ୍ଣାଟକର ଗୋଟିଏ ସ୍ଥାନରେ ଚଢଉ ଚାଲିଛି ।

ଆଇଏସଆଇଏସ ଦ୍ବାରା ପ୍ରାୟୋଜିତ ଏକ ଅପରାଧିକ ଷଡ଼ଯନ୍ତ୍ରରେ ସଂପୃକ୍ତି ନେଇ ଏମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଆଇଏସଆଇଏସ ଏବଂ ଅଲକାଏଦା ସହ ଅନ୍ୟ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ଉଗ୍ରବାଦ ବିଚାରଧାରାରେ ପ୍ରଭାବିତ ହୋଇ ଏକ ଆତଙ୍କବାଦୀ ସଂଗଠନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଗତମାସରେ ଆଇଏସଆଇଏସ ସହ ସଂପୃକ୍ତ ଜଣେ ସନ୍ଦିଗ୍ ଧଙ୍କୁ ଗିରଫ କରି ପଚରାଉଚରା କରିବା ପରେ ଏହି ସଂଗଠନ ସଂପର୍କରେ ପର୍ଦ୍ଦାଫାସ ହୋଇଥିଲା ।

ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ଜଟିଳ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍ଆଇଏ । ଏହି ନେଟ୍ୱର୍କ ଦେଶର କିଛି ପ୍ରମୁଖ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲା । ଜୁଲାଇରେ ଏନ୍ଆଇଏ ମୁମ୍ବାଇରୁ ତବିଶ ନାସିର ସିଦ୍ଦିକି, ପୁନେରୁ ଜୁବୈର ନୂର ମହମ୍ମଦ ଓରଫ ଅବୁ, ଥାନେରୁ ଶର୍ଜୀଲ ଶୈଖ ଓ ଜୁଲଫିକର ଅଲି ବରୋଦୱାଲା ଓ ପୁନେର କୋନ୍ଧ୍ୱାର ଅଦନାନ ସରକାରଙ୍କୁ ଗିରଫ କରିଥିଲା ଏନ୍ଆଇଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.