ମେଗା ଜଳ ପ୍ରକଳ୍ପ ପାଇପ ଡିପୋରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ
ରାୟଗଡ଼ା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ଖୁରିଗାଁର ଏକ ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ପାଇପ ଜଳି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ଦମକଳ ବାହିନୀ ବିଫଳ ହୋଇଛି ।
ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ଖୁରିଗାଁର ଏକ ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ପାଇପ ଜଳି ପାଉଁଶ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ପାଇଁ କାଶିପୁର ବ୍ଲକରେ ଘରେ ଘରେ ପିଇବା ପାଣି ଯୋଗାଇବା ନେଇ ରଖାଯାଇଥିଲା ପ୍ଲାଷ୍ଟିକ ପାଇପ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ଦମକଳ ବାହିନୀ ବିଫଳ ହୋଇଛି । ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ପାଇପ ଜଳିପୋଡି ଛାରଖାର ହୋଇଯାଇଛି ବୋଲି ସୂଚନା ମିଳିଛି ।