Below header

କ୍ଲାସ୍‌ରୁମ୍‌ରେ ଖେଳୁଥିଲେ ବୋଲି ଛାତ୍ରଙ୍କୁ ବ୍ୟାଟ୍‌ରେ ଗାଈ ଗୋରୁ ଭଳି ପିଟିିଲେ ପ୍ରଧାନ ଶିକ୍ଷକ

ସ୍କୁଲ୍‌ର ଶ୍ରେଣୀ ଗୃହ ଭିତରେ ଛାତ୍ର ଖେଳୁଥିଲେ କ୍ରିକେଟ୍‌ । ହାବୁଡ଼ି ପଡ଼ିଥିଲେ ସ୍କୁଲ୍‌ର ପ୍ରଧାନ ଶିକ୍ଷକ । ଆଉ ତା’ ପରେ ଯାହା ହୋଇଥିଲା ତାର ଭିଡିଓ ବର୍ତ୍ତମାନ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି ।

ମଧ୍ୟପ୍ରଦେଶ : ସାର୍‌ଙ୍କ ଦବଙ୍ଗଗିରି। ଦେଖି ତାଜୁବ୍‌ ହେଲେ ଲୋକେ। ସ୍କୁଲ୍‌ର ଶ୍ରେଣୀ ଗୃହ ଭିତରେ ଛାତ୍ର ଖେଳୁଥିଲେ କ୍ରିକେଟ୍‌ । ହାବୁଡ଼ି ପଡ଼ିଥିଲେ ସ୍କୁଲ୍‌ର ପ୍ରଧାନ ଶିକ୍ଷକ । ଆଉ ତା’ ପରେ ଯାହା ହୋଇଥିଲା ତାର ଭିଡିଓ ବର୍ତ୍ତମାନ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ଛାତ୍ରଙ୍କୁ ବ୍ୟାଟ୍‌ରେ ପିଟୁଛନ୍ତି ସାର୍‌ ଜଣକ। ଛାତ୍ରମାନେ ସାର୍‌ଙ୍କର ଏହି ରୂପ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ଯିଏ ଯୁଆଡ଼େ ପାରୁଛି ଧାଉଁଛନ୍ତି ଆଉ କିଛି ଛାତ୍ର ସେହି କ୍ଲାସ୍‌ରୁମ୍‌ରେ ରହି ମାଡ଼ ଖାଉଛନ୍ତି । ଆଉ କ୍ଲାସ୍‌ ରୁମ୍‌ର ବାହାରେ ଥିବା ଅନ୍ୟ ଛାତ୍ରଛାତ୍ରୀ ଏହାର ଭିଡିଓ କରୁଛନ୍ତି ।

ତେବେ ସାର୍‌ ଜଣକ ଏପରି ନୃଶଂସ ଭାବେ ଛାତ୍ରଙ୍କୁ କାହିଁକି ପିଟିଲେ ତାର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ କୁହାଯାଉଛି ଯେ ଛାତ୍ରମାନେ କ୍ଲାସ୍‌ରୁମ୍‌ରେ କ୍ରିକେଟ୍‌ ଖେଳୁଥିଲେ ଏହା ଦେଖି ସାର୍‌ ରାଗିଯାଇ ସେହି କ୍ଲାସ୍‌ରୁମ୍‌ରେ ଛାତ୍ରଙ୍କଠାରୁ ବ୍ୟାଟ୍‌ ଛଡ଼ାଇ ସମସ୍ତ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାର ଦୃଶ୍ୟ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି । ଏଭଳି ବର୍ବର କାଣ୍ଡ ମଧ୍ୟପ୍ରଦେଶ ଉଜ୍ଜୟନୀ ଜିଲ୍ଲାର ଖଜୁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଛାତ୍ର ମାନେ ଶ୍ରେଣୀଗୃହ ଭିତରେ କ୍ରିକେଟ୍ ଖେଳୁଥିବା ଦେଖିଥିଲେ ସାର୍‌ । ଏଥିରେ ରାଗିଯାଇ ଏଭଳି ବ୍ୟାଟ୍‌ ଦ୍ୱାରା ଛାତ୍ରଙ୍କ ଉପରେ ଆକ୍ରମଣ କରିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି । ତେବେ ସାର୍‌ଙ୍କର ଏହି ଭିଡିଓ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ସାର୍‌ଙ୍କର ଏପରି ପଦକ୍ଷେପକୁ ନେଇ କିଛି ଲୋକ ସାର୍‌ ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତିି ବୋଲି କହିଥିବା ବେଳେ କିଛି ବ୍ୟକ୍ତି କହିଛନ୍ତି ସାର୍‌ ଛାତ୍ରମାନଙ୍କୁ ଏପରି ଦଣ୍ଡ ଦେବା ଉଚିତ୍‌ ନଥିଲା ।

ସେପଟେ ସାର୍‌ ଜଣକ ନିଜ ମନ୍ତବ୍ୟ ରଖିବାକୁ ଯାଇ କହିଛନ୍ତି ମୁଁ କେବଳ ମୋ କର୍ତ୍ତବ୍ୟ କରିଛି ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ପରି ମୁଁ ସେମିତି ପିଟିନାହିଁ । ତେବେ ଏହି ଘଟଣା ପରେ ରାଜ୍ୟ ଶିକ୍ଷା ବିଭାଗ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ଏହାର ତଦନ୍ତ ଚଳାଇଛି । ଏଥିସହ ଆବଶ୍ୟକ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ଜଣେ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.