Below header

ଚାଲିଛି ସିରିଜ ମନ୍ଦିର ଲୁଟ, ଭଗବାନଙ୍କ ମୁକୁଟ ଏବଂ ମୂର୍ତ୍ତି ସହ ଟଙ୍କା ପଇସା ଲୁଟି ନେଲା ଚୋର

ମନ୍ଦିରର ଟାର୍ଗେଟ ଲୁଟେରା ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଟିପିସି ଗଡିଆ ଗ୍ରାମରେ ଥିବା ପୁରାତନ ଶୈବ ପୀଠ ବାବା ବକ୍ରେସ୍ୱର ପୀଠରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ବାବାଙ୍କର ସୁନା ନାଗ, ରୁପା ନାଗ ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟିନେଇଥିବା ନେଇ ସୂଚନା ମିଳିଛି ।

ଚାଲିଛି ସିରିଜ ମନ୍ଦିର ଲୁଟ । ଚୋରି କରିବା ପାଇଁ ମନ୍ଦିରକୁ ବି ଛାଡୁନି ଚୋର । ଭଗବାନଙ୍କ ମୁକୁଟ ମୂର୍ତ୍ତି ସହ ମନ୍ଦିରର ଟଙ୍କା ପଇସା ମଧ୍ୟ ଲୁଟିନେଇଛି । ଚୋରର ଟାର୍ଗେଟ ରହିଛି ସମସ୍ତ ମନ୍ଦିର ଉପରେ । ମନ୍ଦିରର ଟାର୍ଗେଟ ଲୁଟେରା ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଟିପିସି ଗଡିଆ ଗ୍ରାମରେ ଥିବା ପୁରାତନ ଶୈବ ପୀଠ ବାବା ବକ୍ରେସ୍ୱର ପୀଠରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ବାବାଙ୍କର ସୁନା ନାଗ, ରୁପା ନାଗ ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟିନେଇଥିବା ନେଇ ସୂଚନା ମିଳିଛି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଅନେକ ଟଙ୍କା ଲୁଟ କରିଛି ଏହି ଚୋର ।

ସେହିପରି ଉକ୍ତଗ୍ରାମ ରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ରୁପାର ମୁକୁଟ, ଦୁର୍ଗା ମନ୍ଦିରରୁ ମୁକୁଟ, ଶନି ମନ୍ଦିରରୁ କୋଠ ଭଣ୍ଡାର, ପାର୍ବତୀ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି କରି ନେଇଛନ୍ତି । ସେହିପରି ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମରେ ରଘୁ ନାରାୟଣ ମନ୍ଦିରର ତାଲା ଭାଙ୍ଗି ସୁନାର ମୁକୁଟ ସମେତ ବିଭିନ୍ନ ଅଳଙ୍କାର ଏବଂ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ନେଇ ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି । ଚୋର ଏତେ ସାତିର ଯେ ସିସିଟିଭିର ତାର ଗୁଡିକ ମଧ୍ୟ କାଟିଦେଇଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଏନେଇ ଖଇରା ପୋଲିସ ଅଧିକ ଛାନଭିନ ଆରମ୍ଭ କରିଛି । ଖୁବ ଶୀଘ୍ର ଚୋରକୁ ଧରିବାର ଚେଷ୍ଟା କରୁଛନ୍ତି ପୋଲିସ ଅଧିକାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.