Below header

ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌

ଏଥର ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌। ଏ ନେଇ ମାକ୍ରୋନଙ୍କୁ ଔପଚାରିକ ଭାବେ ନିମନ୍ତ୍ରଣ ପଠାଇଛି ଭାରତ।

ଏଥର ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌। ପିଟିଆଇ ମୁତାବକ, ଏ ନେଇ ମାକ୍ରୋନଙ୍କୁ ଔପଚାରିକ ଭାବେ ନିମନ୍ତ୍ରଣ ପଠାଇଛି ଭାରତ। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ, କିନ୍ତୁ ସେ ଜାନୁଆରୀରେ ଦିଲ୍ଲୀ ଆସିବାକୁ ଅସମର୍ଥତା ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଜୁଲାଇରେ ଫ୍ରାନ୍ସ ଗସ୍ତ କରିଥିଲେ ଏବଂ ପ୍ୟାରିସରେ ବାଷ୍ଟିଲ୍ ଡେ’ (ଫ୍ରାନ୍ସର ଜାତୀୟ ଦିବସ) ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସେତେବେଳେ ମୋଦି ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ।

ଇମାନୁଏଲ୍ ମାକ୍ରୋନ୍‌ ହେଉଛନ୍ତି ଷଷ୍ଠତମ ଫ୍ରେଞ୍ଚ ନେତା, ଯିଏ ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆସୁଛନ୍ତି। ଫ୍ରାନ୍ସର ପୂର୍ବତନ ପ୍ରଧାନମନ୍ତ୍ରୀ ଜ୍ୟାକ୍ସ ଶିରାକ୍‌ ୧୯୭୬ ଏବଂ ୧୯୯୮ ମସିହାରେ ଦୁଇଥର ଏହି ସମାରୋହର ଶୋଭା ବଢ଼ାଇଥିଲେ। ପୂର୍ବତନ ରାଷ୍ଟ୍ରପତି ଭାଲେରୀ ଗିସ୍କାର୍ଡ ଡି’ ଏଷ୍ଟେଙ୍ଗ୍‌, ନିକୋଲାସ୍ ସରକୋଜି ଓ ଫ୍ରାଙ୍କୋଇସ୍ ଓଲାନ୍ଦ ଯଥାକ୍ରମେ ୧୯୮୦, ୨୦୦୮ ଏବଂ ୨୦୧୬ରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଭାଗ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.