କମୁଛି ଶୀତ: ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା
କମୁଛି ଶୀତ, ବଢୁଛି ରାତି ତାପମାତ୍ରା । ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଶୀତର ପ୍ରକୋପ କମିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହ ଧୀରେ ଧୀରେ କମୁଛି। ଫଳରେ ବଢ଼ିଛି ରାତିର ତାପମାତ୍ରା। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଛି। ଫଳରେ ଯାତାୟାତରେ ସମସ୍ୟା ଉପୁଜୁଛି ।
ଭୁବନେଶ୍ୱର (କେନ୍ୟୁଜ): କମୁଛି ଶୀତ, ବଢୁଛି ରାତି ତାପମାତ୍ରା । ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଶୀତର ପ୍ରକୋପ କମିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହ ଧୀରେ ଧୀରେ କମୁଛି। ଫଳରେ ବଢ଼ିଛି ରାତିର ତାପମାତ୍ରା। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହୁଛି। ଫଳରେ ଯାତାୟାତରେ ସମସ୍ୟା ଉପୁଜୁଛି ।
ଆଗାମୀ ୩ ଦିନ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। ପୁରୀ,ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି,ସୁନ୍ଦରଗଡ଼, କେନ୍ଦୁଝର,ଅନୁଗୁଳ, ଢେ଼ଙ୍କାନାଳ,କଟକ, ଜଗତସିଂହପୁର,କନ୍ଧମାଳ,କଳାହାଣ୍ଡି,ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।