Below header

ତାନସିଂ ନଦୀରେ ଡଙ୍ଗା ବୁଡ଼ି ଘଟଣା: ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର, ଆଉ ୪ ନିଖୋଜ

କୋରାପୁଟର ତାନସିଂ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ବୁଧବାର ସଂଧ୍ୟାରୁ ୪ ଜଣ ନିଖୋଜ ଅଛନ୍ତି । ଗତକାଲି ଜଣେ ମହିଳାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଖୋଜାଖୋଜି କରିଥିଲେ ନନ୍ଦପୁର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ । ନିଖୋଜ ଜଣେ ମହିଳା ଏବଂ ୩ ନାବାଳିଙ୍କ କୌଣସି ପତ୍ତା ମିଳିନି ।

କୋରାପୁଟ (କେନ୍ୟୁଜ): ଡଙ୍ଗା ବୁଡ଼ି ଘଟଣାକୁ ଦୁଇ ଦିନ ବିତିଲାଣି । ହେଲେ ଏବେବି ନିଖୋଜ ୪ ଜଣଙ୍କ ମିଳିନି ପତ୍ତା । କୋରାପୁଟର ତାନସିଂ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ବୁଧବାର ସଂଧ୍ୟାରୁ ୪ ଜଣ ନିଖୋଜ ଅଛନ୍ତି । ଗତକାଲି ଜଣେ ମହିଳାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଖୋଜାଖୋଜି କରିଥିଲେ ନନ୍ଦପୁର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ । ନିଖୋଜ ଜଣେ ମହିଳା ଏବଂ ୩ ନାବାଳିଙ୍କ କୌଣସି ପତ୍ତା ମିଳିନି । କୋରାପୁଟ ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଘଟିଥିଲା ଅଘଟଣ ।

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର୍ ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ି ଯାଇଥିଲା ଡଙ୍ଗା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ମୃତକ ତାନସିଂ ଗାଁର ଲାଲମଣି ସୀସା । ଅନ୍ୟ ୪ ନିଖୋଜ ଶଶି ରେଖା ଆର୍ଲାବ, ଶାନ୍ତି ସୀସା, ନବିନା ଆର୍ଲାବ ଓ ପୁଷ୍ପାଞ୍ଜଳି ଆର୍ଲାବ ଦେଶୀ ଡଙ୍ଗା ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ସମସ୍ତେ ବୁଡ଼ି ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.