ଭୀମଭୋଇ ମେଡିକାଲରେ ଉତ୍ତେଜନା: ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଗେଟରେ ତାଲା ପକାଇଲେ ଡାକ୍ତରୀ ଛାତ୍ର

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଅଭିଯୋଗ । ଏହାକୁ ନେଇ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ ଅନୁଯାୟୀ, ହାଉସ ସର୍ଜନ ବିଶ୍ବରଂଜନ ସାହୁଙ୍କୁ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଅଭିଯୋଗ । ଏହାକୁ ନେଇ ମେଡିକାଲ କଲେଜରେ ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ ଅନୁଯାୟୀ, ହାଉସ ସର୍ଜନ ବିଶ୍ବରଂଜନ ସାହୁଙ୍କୁ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆନ୍ଦୋଳନ କରିଥିଲେ। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଫାଟକ ବନ୍ଦ କରିଦେଇଥିଲେ । ଏହା ପରେ ରୋଗୀ ମାନେ ହସ୍ପିଟାଲ ଭିତରକୁ ପ୍ରବେଶ କରିପାରି ନଥିଲେ। ଏକ ଆମ୍ବୁଲାନ୍ସ ପ୍ରବେଶ କରିନପାରିବାରୁ ଡାକ୍ତରୀ ଛାତ୍ରୀଛାତ୍ର ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଵଲାଙ୍ଗିର ପୋଲିସ ହସ୍ତକ୍ଷେପ କରିଥିଲା ।

ଏହି ଘଟଣାରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ NSA ଲାଗୁ କରିବା ସହ ଡାକ୍ତରଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଜୁନିଅର ଡାକ୍ତର ମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଦାବି କରିଛନ୍ତି । ଵଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ଋଷିକେଶ ଖିଲାରି ହସ୍ପିଟାଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ଡାକ୍ତରୀ ଛାତ୍ରୀଛାତ୍ରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇ ଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.