ଶିମିଳିପାଳ ଜଗିବ ସ୍ମାର୍ଟ ଗାଡ଼ି, ଶିକାରୀଙ୍କଠାରୁ ବନ୍ୟଜନ୍ତୁଙ୍କୁ ଦେବ ସୁରକ୍ଷା

ସାବାଡ ହେବେ ଜଙ୍ଗଲ ମାଫିଆ ଓ ଶିକାରୀ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନୂଆ ଗାଡ଼ି। ସ୍ବତନ୍ତ୍ର ବୋଲେରୋରେ ଜଗିବେ ଟାସ୍କଫୋର୍ସ । ୧୪ଟି 4 WD ବୋଲେରୋ ଗାଡ଼ି ଯୋଗାଇ ଦେଇଛନ୍ତି ସରକାର। ୧୪ଟି ଅଲିଭ ସବୁଜ ରଙ୍ଗର ବୋଲେରୋ ଶିମିଳିପାଳରେ ଘୂରି ବୁଲିବ ।

କରଞ୍ଜିଆ (କେନ୍ୟୁଜ): ସାବାଡ ହେବେ ଜଙ୍ଗଲ ମାଫିଆ ଓ ଶିକାରୀ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନୂଆ ଗାଡ଼ି। ସ୍ବତନ୍ତ୍ର ବୋଲେରୋରେ ଜଗିବେ ଟାସ୍କଫୋର୍ସ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ କର୍ମଚାରୀଙ୍କ ଯାତାୟାତ, ପରିବହନ, କ୍ୟାମ୍ପ ଜିନିଷପତ୍ର ନେବାଆଣିବା ଏବଂ ନାଇଟ ପାଟ୍ରୋଲିଂ ସବୁବେଳେ ଚ୍ୟାଲେଞ୍ଜିଂ ହୋଇଥାଏ। ବନ୍ୟଜନ୍ତୁଙ୍କ ଠାରୁ ଏବଂ ସ୍ଥାନୀୟ ଶିକାରୀଙ୍କ ଠାରୁ ବିପଦ ରହି ଆସିଛି। ଏଥିସହ ପାହାଡ଼ି ରାସ୍ତା। ଏଥିପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଥିବା ମଡିଫାଏଡ୍ ଗାଡ଼ି କର୍ମଚାରୀଙ୍କୁ ଦିଆଯାଇଛି।

୧୪ଟି 4 WD ବୋଲେରୋ ଗାଡ଼ି ଯୋଗାଇ ଦେଇଛନ୍ତି ସରକାର। ୧୪ଟି ଅଲିଭ ସବୁଜ ରଙ୍ଗର ବୋଲେରୋ ଶିମିଳିପାଳରେ ଘୂରି ବୁଲିବ । ଶିମିଳିପାଳର ପାହାଡ଼ି ରାସ୍ତାକୁ ଦୃଷ୍ଟିରେ ରଖି ଏହି ଗାଡ଼ି ଗୁଡ଼ିକ ଡିଜାଇନ ହୋଇଛି। ସବୁ ଋତୁରେ ଏବଂ ସବୁ ସମୟରେ ଏହି ଗାଡ଼ି ଗୁଡ଼ିକ ସୁବିଧାରେ ଯାତାୟାତ କରିପାରିବ। ଶିକାରୀ ଓ ବନ୍ୟଜନ୍ତୁଙ୍କ ଠାରୁ ବପଦକୁ ମଧ୍ୟ ପ୍ରତିହତ କରି ହେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.