Below header

ଏଠି ଝିମିଟି ଖେଳ ନୁହେଁ ବ୍ୟାଡ଼ମିଣ୍ଟନ ଖେଳକୁ ହୋଇଛି ମହାଭାରତ: ଭାଇ ଭାଇ ଭୁଜାଲି ମାଡ଼

ଝିମିଟି ଖେଳରୁ ମହାଭାରତ । ସତରେ ମଣିଷର ସବୁଠାରୁ ବଡ ଶତୃ ହେଉଛି ତା କ୍ରୋଧ । କ୍ରୋଧ ମଣିଷକୁ କେଉଁ ସ୍ତରରୁ କେଉଁ ସ୍ତରକୁ ନେଇଯାଇପାରେ ତାହାକୁ କଳ୍ପନା କରିବା ଅସମ୍ଭବ। ଯାହାକୁ ନେଇ ଅନେକ ଘଟଣା ପୂର୍ବରୁ ଦେଖାଯାଇସାରିଥିବାବେଳେ, ପୁଣି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହାର ଦୃଶ୍ୟ ଏବେ ଆପଣଙ୍କ ସାମ୍ନାରେ ।

ସୁବର୍ଣ୍ଣପୁର(କେନ୍ୟୁଜ): ଝିମିଟି ଖେଳରୁ ମହାଭାରତ । ସତରେ ମଣିଷର ସବୁଠାରୁ ବଡ ଶତୃ ହେଉଛି ତା କ୍ରୋଧ । କ୍ରୋଧ ମଣିଷକୁ କେଉଁ ସ୍ତରରୁ କେଉଁ ସ୍ତରକୁ ନେଇଯାଇପାରେ ତାହାକୁ କଳ୍ପନା କରିବା ଅସମ୍ଭବ। ଯାହାକୁ ନେଇ ଅନେକ ଘଟଣା ପୂର୍ବରୁ ଦେଖାଯାଇସାରିଥିବାବେଳେ, ପୁଣି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯାହାର ଦୃଶ୍ୟ ଏବେ ଆପଣଙ୍କ ସାମ୍ନାରେ ।

ହସ୍ପିଟାଲରେ ଚାଲିଛି ଭିନ୍ନ ଭିନ୍ନ ଦୁଇ ଯୁବକଙ୍କ ଚିକିତ୍ସା । ହେଲେ ଏମାନେ କିଏ , ୟାଙ୍କର କଣ ହେଇଛି ଆପଣ ଭାବୁଥିବେ । ଦର୍ଶକବନ୍ଧୁ ବର୍ତ୍ତମାନ ଚାଲିଛି ଶୀତ ଋତୁ । ଶୀତ ଦିନିଆ ପାଗରେ ଟିକେ ବ୍ୟାଡ଼ମିଣ୍ଟନ ଖେଳିବାକୁ ପ୍ରାୟ ସଭିଏଁ ଭଲ ପାଆନ୍ତି । ଠିକ୍ ଏମିତି ସୋନପୁର ମଝିପଡାରେ ଚାଲିଥିବା ବ୍ୟାଡ଼ମିଣ୍ଟନ ଖେଳ । ଆଉ ଏହି ବ୍ୟାଡ଼ମିଣ୍ଟନ ଖେଳକୁ ନେଇ ଦୁଇ ଯୁବକଙ୍କ ଭିତରେ ହୋଇଥିଲା ମହାଭାରତ ଭଳି ପରିସ୍ଥିତି । ସବୁଠୁ ବଡ କଥା ଏହି ଦୁଇ ଯୁବକ ସମ୍ପର୍କରେ । ଭାଇ ଭାଇ ।

ସାମାନ୍ୟ ବ୍ୟାଡ଼ମିଣ୍ଟନ ଖେଳୁ ଖେଳୁ ଭାଇ ଭାଇ ମଧ୍ୟରେ ହୋଇଛି ଭୁଜାଲି ମାଡ଼ । ସୋନପୁର ମଝିପଡାରେ ଘଟିଛି ଏଭଳି ଏକ ଅଘଟଣ। ବିହାର ଅଞ୍ଚଳରୁ ଆସି ସୋନପୁର ସହରରେ ରହି ଶ୍ରମିକ ଭାବେ କାମ କରୁଥିବା ମହମ୍ମଦ ତନୁଜାଲ ଏବଂ ମହମ୍ମଦ ଅମୀର ମଧ୍ୟରେ ହୋଇଛି ଏହି ଗଣ୍ଡଗୋଳ ।

ଖବର ମୁତାବକ, ଗତକାଲି ସନ୍ଧ୍ୟା ୮ଟା ସମୟରେ ଉଭୟ ଭାଇ ବ୍ୟାଡ଼ମିଣ୍ଟନ ଖେଳୁ ଖେଳୁ ପ୍ରଥମେ ଦୁଇ ଭାଇଙ୍କ ଭିତରେ ଖେଳକୁ ନେଇ ହୋଇଥିଲା ଯୁକ୍ତିତର୍କ ଓ ପରେ ଏହା ହାତା ହାତିରେ ପରିଣତ ହୋଇଥିଲା । ପରେ ଉଭୟେ ଉଭୟଙ୍କୁ ଛାଡିବାକୁ ନାରାଜ ଥିଲେ । ଏମିତିକିରେ ମନ ବୁଝିନଥିଲା । ଶେଷରେ ଉଭୟ ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।.ତେବେ ଘଟଣା ପରେ ଉଭୟଙ୍କୁ ଗୁରୁତରଙ ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଏପଟେ ଦୁଇ ଭାଇ ବିହାର ଅଞ୍ଚଳର ହୋଇଥିବା ଜଣାପଡିଛି ।

ସୋନପୁର ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚି ପଚରାଉଚରା ତଦନ୍ତ ଆରମ୍ଭ କରିଛି । ଭାଇ ଭାଇର ସାହାସ । ବିପଦ ଆପଦରେ ଭାଇ ଭାଇର ଶକ୍ତି । ହେଲେ ଏଭଳି ଏକ ସାମାନ୍ୟ କଥାକୁ ନେଇ ଭାଇ ଭାଇ ଭିତରେ ଭୁଜାଲି ମାଡ଼ ଘଟଣା ଅତି ନିନ୍ଦନୀୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.