ହଜାର ହଜାର ବର୍ଷ ପୁରୁଣା ଖେଚୁଡିର ଇତିହାସ, ସମ୍ରାଟ ଆକବରଙ୍କର ଏହା ଥିଲା ପ୍ରିୟ ଖାଦ୍ୟ
ମକର ସଂକ୍ରାନ୍ତି ଦିନ ଘରେ ଖେଚୁଡ଼ି ତିଆରି କରିବାର ପରମ୍ପରା ବହୁ ବର୍ଷ ପୁରୁଣା ଏବଂ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କିନ୍ତୁ ଆପଣ ଜାଣନ୍ତି କି ଖେଚୁଡ଼ିର ଇତିହାସ କେତେ ପୁରୁଣା? ହେଲ୍ଦି ଖାଦ୍ୟରେ ଖେଚୁଡ଼ି ଲୋକ ମାନଙ୍କର ଖୁବ ପ୍ରିୟ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ...
ସମଗ୍ର ଭାରତରେ ମକର ସଂକ୍ରାନ୍ତିର ପର୍ବ ପାଳନ କରାଯାଏ । ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ – ଲୋକମାନେ ଉତ୍ସାହ ଏବଂ ଆଶା ସହିତ ଏହି ପର୍ବ ପାଳନ କରନ୍ତି । ତେବେ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ବିଭିନ୍ନ ନାମରେ ଜଣାଯାଏ । ଏହି ଦିନ ବିଶେଷକରି ଲୋକମାନେ ନିଜ ଘରେ ଖେଚୁଡି ତିଆରି କରନ୍ତି । କୁହାଯାଏ ଯେ ମକର ସଂକ୍ରାନ୍ତିରେ ଖେଚୁଡ଼ି ତିଆରି କରିବାର ପରମ୍ପରା ବହୁତ ପୁରୁଣା ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋରୋକ୍କୋ ଭ୍ରମଣକାରୀ ଇବନବାତ୍ତୁତା ମଧ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ଖେଚୁଡ଼ି ବିଷୟରେ ଉଲ୍ଲେଖ କରିଛନ୍ତି । ଏଥି ସହିତ, ୧୫ ଶତାବ୍ଦୀର ଋଷୀୟ ଭ୍ରମଣକାରୀ ଅଫନାସି ନିକିତିନ୍ ମଧ୍ୟ ଏହା ବିଷୟରେ କହିଛନ୍ତି । ତେବେ ମୋଗଲ କାଳରେ ଖେଚୁଡ଼ି ଅଧିକ ଲୋକପ୍ରିୟ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଖେଚୁଡିର ଇତିହାସ ବିଷୟରେ..
ଖେଚୁଡିର ଇତିହାସ କ’ଣ?
ବିଶ୍ୱାସ କରାଯାଏ ଯେ ଖେଚୁଡ଼ିର ଇତିହାସ ପ୍ରାୟ ୨୦୦୦ ବର୍ଷ ପୁରୁଣା । ବିଶ୍ୱାସ କରାଯାଏ ଯେ, ଗତ ଦୁଇ ହଜାର ବର୍ଷ ଧରି ଭାରତର ଲୋକମାନେ ଖେଚୁଡ଼ି ଖାଉଛନ୍ତି । ସେହି ସମୟରେ ଭାରତ ମୋଗଲମାନଙ୍କ ଅଧୀନରେ ଥିଲା, ଯେଉଁଥିପାଇଁ ଖେଚୁଡ଼ି ଉପମହାଦେଶରେ ପ୍ରତିଷ୍ଠିତ ହୋଇଥିଲା । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ଖେଚୁଡି ଖ୍ରୀଷ୍ଟପୂର୍ବ ୧୨୦୦ ମସିହାରେ ମଧ୍ୟ ଖିଆ ଯାଉଥିଲା । ଏହି ତଥ୍ୟର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମଧ୍ୟ ମିଳିଛି ।
ଖାଦ୍ୟ ଐତିହାସିକମାନେ କ’ଣ କୁହନ୍ତି?
କେତେକ ଖାଦ୍ୟ ଐତିହାସିକ ଏପରି ଦାବି କରନ୍ତି ଯେ ଖେଚୁଡ଼ି ପୂର୍ବରୁ ଭାରତୀୟ ଉପମହାଦେଶ ରୋଷେଇର ଏକ ଅଂଶ ଥିଲା । ଭାତ, ଡାଲି ଅଲଗା ରାନ୍ଧି ଖାଇବା ପ୍ରକ୍ରିୟା ଦୀର୍ଘ ସମୟ ପରେ ଆରମ୍ଭ ହେଲା । କେବଳ ଏତିକି ନୁହେଁ, ମହାଭାରତରେ ମଧ୍ୟ ଖେଚୁଡ଼ି ବିଷୟରେ ଉଲ୍ଲେଖ କରାଯାଇଛି । କେତେକ ପଣ୍ଡିତଙ୍କ ଅନୁଯାୟୀ, ବନବାସ ସମୟରେ ଦ୍ରୌପଦୀ ଖେଚୁଡ଼ି ପ୍ରସ୍ତୁତ କରି ପାଣ୍ଡବମାନଙ୍କୁ ଖାଇବାକୁ ଦେଇଥିଲେ ।
ଆକବରଙ୍କର ଥିଲା ପ୍ରିୟ ଖାଦ୍ୟ:
ଖେଚୁଡ଼ିର ଚାହିଦା ସବୁବେଳେ ବେଶ ଅଧିକ ରହିଥିଲା । ମୋଗଲ ସମ୍ରାଟ ଆକବର ମଧ୍ୟ ଖେଚୁଡ଼ିକୁ ବହୁତ ପସନ୍ଦ କରୁଥିଲେ । ଆକବରଙ୍କ ନବରତ୍ନ ମଧ୍ୟରୁ ଅବୁଲ ଫଜଲ ପ୍ରତିଦିନ ୧୨୦୦ କିଲୋଗ୍ରାମର ଖେଚୁଡ଼ି ତିଆରି କରୁଥିଲେ । ଖେଚୁଡିର ସ୍ୱାଦ ଯେତିକି ସ୍ୱାଦିଷ୍ଟ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟୀ ।