କିପରି ପିଲାଙ୍କୁ କରିବେ ଫ୍ରେଣ୍ଡଲି, ଜାଣନ୍ତୁ ଏକ୍ସପର୍ଟଙ୍କ ଟିପ୍ସ

ଅନେକ ଥର ପିଲାମାନେ ସେମାନଙ୍କର ଲାଜ କରିବା ଆଚରଣ ଯୋଗୁ କିମ୍ବା ଏକ ଅଜ୍ଞାତ ପରିବେଶରେ ନିଜକୁ ସୁରକ୍ଷିତ ଅନୁଭବ କରିନପାରିବା ହେତୁ ଏହିପରି ବ୍ୟବହାର କରନ୍ତି । ଏପରି ପରିସ୍ଥିତିରେ ପିତାମାତା ଏବଂ ନିଜ ଲୋକମାନେ ପିଲାମାନଙ୍କୁ ସଠିକ୍ ଟିପ୍ସ ଦେବା ଉଚିତ୍ ।

ଛୋଟ ପିଲାମାନଙ୍କୁ ନୂଆ ଲୋକଙ୍କ ସହ କଥାବାର୍ତ୍ତା କରିବାରେ ଅସୁବିଧା ହୋଇଥାଏ । ତେବେ ଏହା ପିଲାମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଥାଏ । ଅଧିକାଂଶ ପିଲା ଆରମ୍ଭରେ ନୂଆ ଲୋକମାନଙ୍କ ସହିତ ଦେଖା କରିବା କିମ୍ବା କଥା ହେବା ପାଇଁ ଡରିଥାନ୍ତି । କିନ୍ତୁ ପିଲାମାନଙ୍କୁ ଏହାକୁ ନେଇ ଡରିବା ଉଚିତ ନୁହେଁ । ଅନେକ ଥର ପିଲାମାନେ ସେମାନଙ୍କର ଲାଜ କରିବା ଆଚରଣ ଯୋଗୁ କିମ୍ବା ଏକ ଅଜ୍ଞାତ ପରିବେଶରେ ନିଜକୁ ସୁରକ୍ଷିତ ଅନୁଭବ କରିନପାରିବା ହେତୁ ଏହିପରି ବ୍ୟବହାର କରନ୍ତି । ଏପରି ପରିସ୍ଥିତିରେ ପିତାମାତା ଏବଂ ନିଜ ଲୋକମାନେ ପିଲାମାନଙ୍କୁ ସଠିକ୍ ଟିପ୍ସ ଦେବା ଉଚିତ୍ । ଯେପରି କି ପିଲାମାନଙ୍କୁ ଅନ୍ୟମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଶିକ୍ଷା ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ କିଛି ବିଶେଷ ଟିପ୍ସ ବିଷୟରେ କହିବୁ ଯାହାକୁ ଆପଣ ଫଲୋ କରି ନିଜ ପିଲାମାନଙ୍କୁ ଅନ୍ୟ ଲୋକଙ୍କ ସହ ଫ୍ରେଣ୍ଡଲି ହେବା ପାଇଁ ଶିଖାଇ ପାରିବେ ।

ତେବେ ଆପଣମାନେ ନିଜ ପିଲାମାନଙ୍କୁ ସର୍ବଦା ନମସ୍କାର ଏବଂ ଧନ୍ୟବାଦ ପରି ଶବ୍ଦ ବ୍ୟବହାର କରିବାକୁ ଶିକ୍ଷାଇବା ଉଚିତ । ଯେତେବେଳେ ସେମାନେ ଜଣେ ବୟସ୍କ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବେ, ସେତେବେଳେ ଏହି ସବୁ ଶବ୍ଦର ବ୍ୟବହାର କରିବା ଉଚିତ । ପିଲାମାନଙ୍କ ଏହି ବ୍ୟବହାର ସେମାନଙ୍କୁ ବଡ଼ ଲୋକଙ୍କ ପ୍ରତି ସମ୍ମାନ ଆଣିଥାଏ । ପିଲାମାନଙ୍କୁ ସର୍ବଦା ସେମାନଙ୍କ ଠାରୁ ବଡ଼ ଲୋକମାନଙ୍କୁ ସମ୍ମାନ ଦେବା କଥା ଏବଂ ସେମାନଙ୍କ କଥା ମାନିବା ଉଚିତ । ତେବେ ବଡ଼ ଲୋକଙ୍କ ପାଦ ଛୁଇଁବା କଥା ମଧ୍ୟ ଶିଖାଇବା ଉଚିତ ।

ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ, ସେମାନଙ୍କ ଏହା ଶିଖାଇବା ନିହାତି ଜରୁରୀ ଯେ ସେମାନେ ଅନ୍ୟ ଲୋକଙ୍କ ସହ ଆଖି ଯୋଗାଯୋଗ କରି କଥା ହେବା ଉଚିତ । ତେବେ ପିଲାଙ୍କ ସହ କଥା ହୋଇ ତାଙ୍କ ପୂରା ଦିନ କଥା ପଚାରନ୍ତୁ । ଏହା ସହ ସେମାନଙ୍କ କଥାବାର୍ତ୍ତା ଧ୍ୟାନ ଦେଇ ଶୁଣନ୍ତୁ । ପିଲାମାନଙ୍କ ଯେକୌଣସି ପ୍ରଶ୍ନ ହେଉ ତାହାରଉତ୍ତର ଭଲ ଭାବେ ଦିଅନ୍ତୁ । ପିଲାମାନେ କିପରି ଉତ୍ସାହିତ ରହିବେ ତାହା ଶିଖାନ୍ତୁ । ଏହା ସହ ଟିଭି ଏବଂ ମୋବାଇଲ୍ ବଦଳରେ ପିଲାମାନଙ୍କ ସହିତ ଖେଳିବା ଏବଂ ବୁଲିବା ପାଇଁ ଯାଆନ୍ତୁ ।

ପିଲାମାନେ ନିଜକୁ ସବୁ ସ୍ଥାନରେ ସଠିକ୍ ଭାବରେ ଏକ୍ସପ୍ରେସିପ୍‌ କରିବା ଜରୁରୀ ହୋଇଥାଏ । ଏଥିପାଇଁ ପିତାମାତା ପିଲାଙ୍କ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । ପିଲାମାନଙ୍କୁ ସଠିକ୍ ଶବ୍ଦ ବ୍ୟବହାର କରି ନିଜକୁ ଏକ୍ସପ୍ରେସ୍‌ କରିବାକୁ ଶିଖାନ୍ତୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ଇଚ୍ଛା ଏବଂ ଭାବନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ପିଲାଙ୍କୁ ସମସ୍ତ ସ୍ଥାନରେ ନିଜ କଥା ରଖିବାକୁ ଦିଅନ୍ତୁ । ସେମାନେ ଯାହା କହୁଛନ୍ତି ତାକୁ ଶୁଣନ୍ତୁ ଏବଂ ପ୍ରଶଂସା କରନ୍ତୁ । ପିଲାମାନଙ୍କର ଭୁଲରେ ତାଙ୍କୁ ଗାଳି ନକରି ତାଙ୍କୁ ଠିକ୍‌ ଭାବେ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ । ଏହା ପିଲାମାନଙ୍କର ଆତ୍ମବିଶ୍ୱାସ ବଢାଇବ ଏବଂ ସେମାନେ ସହଜରେ ନିଜକୁ ଏକ୍ସପ୍ରେସ କରିପାରିବେ ।

ପିଲାମାନେ ନିଜକୁ ସବୁ ସ୍ଥାନରେ ଷ୍ଟ୍ରଙ୍ଗ କରିବା ଉଚିତ । କିନ୍ତୁ ସେମାନଙ୍କୁ ସବୁ ଭଲ କଥାରେ ଧ୍ୟାନ ଦେବା କଥା ଶିଖାଇବା ନିହାତି ଜରୁରୀ । ପିଲାମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢିବା ଦ୍ୱାରା ସେମାନେ ସଠିକ୍ ସମୟରେ ନିଜର ମତ ପ୍ରକାଶ କରିପାରିବେ । ପିଲାମାନଙ୍କୁ ଭଲ କଥାବାର୍ତ୍ତା କରିବା ଶିଖାନ୍ତୁ । ଏପରି ମଧ୍ୟ ପିତାମାତା ପିଲାମାନଙ୍କ କଥା ଶୁଣିବା ସହ ତାଙ୍କ କଥାକୁ ମଧ୍ୟ ସମ୍ମାନ ଦେବା ଉଚିତ । ଏହା ସହ ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟ କରନ୍ତୁ । ଏପରି କରିବା ଦ୍ୱାରା ପିଲାମାନଙ୍କର ଅନ୍ୟ ଲୋକଙ୍କ ପ୍ରତି ଡର ରହିବ ନାହିଁ ଏବଂ ସେମାନେ ଲୋକଙ୍କ ସହ ଭଲ ଭାବେ ମିଶି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.