ହଜାର ହଜାର ବର୍ଷ ପୁରୁଣା ଖେଚୁଡିର ଇତିହାସ, ସମ୍ରାଟ ଆକବରଙ୍କର ଥିଲା ପ୍ରିୟ ଖାଦ୍ୟ

ହେଲ୍ଦି ଖାଦ୍ୟରେ ଖେଚୁଡ଼ି ଲୋକ ମାନଙ୍କର ଖୁବ ପ୍ରିୟ । ଖେଚୁଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଶ୍ରୀମନ୍ଦିରରେ ସକାଳ ଧୂପ, ଷୋଡ଼ଶୋପଚାର ବିଧିରେ ମଧ୍ୟ ରତ୍ନବେଦିରେ ମହାପ୍ରଭୁ ଜଗନ୍ନାଥଙ୍କୁ ଖେଚୁଡ଼ି ଅର୍ପଣ କରାଯାଏ । ଭାରତର ଅନ୍ୟ ସ୍ଥାନରେ ମଧ୍ୟ ଏହାକୁ ଖିଆଯାଇଥାଏ ଏବଂ ଏହା ବେଶ ଲୋକପ୍ରିୟ ମଧ୍ୟ । ସ୍ୱାଦିଷ୍ଟ ହେବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ବିଭିନ୍ନ ସ୍ଥାନରେ ଖେଚୁଡ଼ିର ତିଆରି କରିବା ପ୍ରଣାଳୀ ଏବଂ ନାମ ମଧ୍ୟ ଅଲଗା ଅଲଗା ହୋଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋରୋକ୍କୋ ଭ୍ରମଣକାରୀ ଇବନବାତ୍ତୁତା ମଧ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ଖେଚୁଡ଼ି ବିଷୟରେ ଉଲ୍ଲେଖ କରିଛନ୍ତି । ଏଥି ସହିତ, ୧୫ ଶତାବ୍ଦୀର ଋଷୀୟ ଭ୍ରମଣକାରୀ ଅଫନାସି ନିକିତିନ୍ ମଧ୍ୟ ଏହା ବିଷୟରେ କହିଛନ୍ତି । ତେବେ ମୋଗଲ କାଳରେ ଖେଚୁଡ଼ି ଅଧିକ ଲୋକପ୍ରିୟ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଖେଚୁଡିର ଇତିହାସ ବିଷୟରେ..

ଖେଚୁଡିର ଇତିହାସ କ’ଣ?

ବିଶ୍ୱାସ କରାଯାଏ ଯେ ଖେଚୁଡ଼ିର ଇତିହାସ ପ୍ରାୟ ୨୦୦୦ ବର୍ଷ ପୁରୁଣା । ବିଶ୍ୱାସ କରାଯାଏ ଯେ, ଗତ ଦୁଇ ହଜାର ବର୍ଷ ଧରି ଭାରତର ଲୋକମାନେ ଖେଚୁଡ଼ି ଖାଉଛନ୍ତି । ସେହି ସମୟରେ ଭାରତ ମୋଗଲମାନଙ୍କ ଅଧୀନରେ ଥିଲା, ଯେଉଁଥିପାଇଁ ଖେଚୁଡ଼ି ଉପମହାଦେଶରେ ପ୍ରତିଷ୍ଠିତ ହୋଇଥିଲା । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ଖେଚୁଡି ଖ୍ରୀଷ୍ଟପୂର୍ବ ୧୨୦୦ ମସିହାରେ ମଧ୍ୟ ଖିଆ ଯାଉଥିଲା । ଏହି ତଥ୍ୟର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମଧ୍ୟ ମିଳିଛି ।

ଖାଦ୍ୟ ଐତିହାସିକମାନେ କ’ଣ କୁହନ୍ତି?

କେତେକ ଖାଦ୍ୟ ଐତିହାସିକ ଏପରି ଦାବି କରନ୍ତି ଯେ ଖେଚୁଡ଼ି ପୂର୍ବରୁ ଭାରତୀୟ ଉପମହାଦେଶ ରୋଷେଇର ଏକ ଅଂଶ ଥିଲା । ଭାତ, ଡାଲି ଅଲଗା ରାନ୍ଧି ଖାଇବା ପ୍ରକ୍ରିୟା ଦୀର୍ଘ ସମୟ ପରେ ଆରମ୍ଭ ହେଲା । କେବଳ ଏତିକି ନୁହେଁ, ମହାଭାରତରେ ମଧ୍ୟ ଖେଚୁଡ଼ି ବିଷୟରେ ଉଲ୍ଲେଖ କରାଯାଇଛି । କେତେକ ପଣ୍ଡିତଙ୍କ ଅନୁଯାୟୀ, ବନବାସ ସମୟରେ ଦ୍ରୌପଦୀ ଖେଚୁଡ଼ି ପ୍ରସ୍ତୁତ କରି ପାଣ୍ଡବମାନଙ୍କୁ ଖାଇବାକୁ ଦେଇଥିଲେ ।

ଆକବରଙ୍କର ଥିଲା ପ୍ରିୟ ଖାଦ୍ୟ:

ଖେଚୁଡ଼ିର ଚାହିଦା ସବୁବେଳେ ବେଶ ଅଧିକ ରହିଥିଲା । ମୋଗଲ ସମ୍ରାଟ ଆକବର ମଧ୍ୟ ଖେଚୁଡ଼ିକୁ ବହୁତ ପସନ୍ଦ କରୁଥିଲେ । ଆକବରଙ୍କ ନବରତ୍ନ ମଧ୍ୟରୁ ଅବୁଲ ଫଜଲ ପ୍ରତିଦିନ ୧୨୦୦ କିଲୋଗ୍ରାମର ଖେଚୁଡ଼ି ତିଆରି କରୁଥିଲେ । ଖେଚୁଡିର ସ୍ୱାଦ ଯେତିକି ସ୍ୱାଦିଷ୍ଟ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟୀ ।