Below header

ଟଙ୍କା ଲୁଟିବା ପାଇଁ ମାମୁଁ ଆକାଉଣ୍ଟକୁ ଟାର୍ଗେଟ କଲା ଭଣଜା, ଲୁଟି ନେଲା ୭୫ ଲକ୍ଷ

ଅନଲାଇନ ଗେମ ପାଇଁ ଅନେକ ଅପରାଧର ଖବର ବାରମ୍ବାର ସାମ୍ନାକୁ ଆସୁଛି । ସମାନ ଭାବେ ନିକଟରେ ଜଣେ ଯୁବକ ଏହି ଅନଲାଇନ ଗେମ ପାଇଁ ନିଜ ମାମୁଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରେଇ ନେଇଥିବା ଖବର ସାମ୍ନାକୁ ଆସିଛି ।

ଅନଲାଇନ୍‌ ଗେମର ନିଶା ଯୁବପିଢ଼ିଙ୍କୁ ଏମିତି ଲାଗିଛି ଯେ ସେମାନେ ଏଥିପାଇଁ ଅପରାଧ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନଲାଇନ ଗେମ ପାଇଁ ଅନେକ ଅପରାଧର ଖବର ବାରମ୍ବାର ସାମ୍ନାକୁ ଆସୁଛି । ସମାନ ଭାବେ ନିକଟରେ ଜଣେ ଯୁବକ ଏହି ଅନଲାଇନ ଗେମ ପାଇଁ ନିଜ ମାମୁଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରେଇ ନେଇଥିବା ଖବର ସାମ୍ନାକୁ ଆସିଛି । ରାଜସ୍ଥାନର ଦୌସା ଜିଲ୍ଲାରେ ଜଣେ ଯୁବକଙ୍କୁ ଅନଲାଇନ୍ ଗେମର ଏମିତି ନିଶା ଲାଗିଥିଲା ଯେ ସେ ୧ କୋଟି ୯୧ ଲକ୍ଷ ଟଙ୍କା ହାରି ଯାଇଛନ୍ତି । ଅନଲାଇନରେ ହାରିଥିବା ଯୁବକଙ୍କ ନାଁ ହେଉଛିିି ବିଶ୍ରାମ ମୀଣା । ସେ କେବଳ ଅନଲାଇନ ଗେମରେ ଟଙ୍କା ହାରିଛି ତାହା ନୁହେଁ ବରଂ ନିଜ ମାମୁଁ ଆକାଉଣ୍ଟରୁ ୭୫ ଲକ୍ଷ ଟଙ୍କା ଚୋରି କରିଛି । ଏଭଳି କାଣ୍ଡ ପରେ ତାର ମାମୁଁମାନେ କୋଲଭା ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ତେବେ ଅଭିଯୁକ୍ତ ଜଣକ ନିଜ ମାମୁଁମାନଙ୍କ ଆକାଉଣ୍ଟରୁ ୭୫ ଲକ୍ଷ ଟଙ୍କା ଜାଲିଆତି କରି ଚୋରେଇ ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଯୁବକ ନିଜ ମାମୁଁ ଆକାଉଣ୍ଟରୁ ପ୍ରାୟ ୭୨.୫ ଲକ୍ଷ ଟଙ୍କା ଲୁଟିଥିଲା ଏବଂ ନିଜ ମାମୁ ଝିଅ ଆକାଉଣ୍ଟରୁ ୨.୫ ଲକ୍ଷ ଟଙ୍କା ଲୁଟିଛି । ଅଭିଯୁକ୍ତ ବିଶ୍ରାମ ମୀଣାର ଘର ରାଜସ୍ୱ ଗାଁରେ ଏବଂ ସେ ଧନଓ୍ଵାଡ଼ାରେ ଥିବା ତା ମାମୁ ଘରକୁ ପ୍ରତ୍ୟେହ ଯାଉଥିଲା । ସୁଯୋଗ ଦେଖି ନିଜ ମାମୁଁମାନଙ୍କ ଏଟିଏମ ଚୋରି କରିଥିଲା ଏବଂ ଟଙ୍କା ଉଠାଇ ଥିଲା ।

କେତେବେଳେ ଫୋନ ପେ’ ବ୍ୟବହାର କରି ଚୋରି କରୁଥିଲା ତ କେତେବେଳେ କ୍ୟାସ ଉଠାଇ ଚୋରି କରୁଥିଲା । ଏମିତି ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ନିଜ ମାମୁମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରି କରି ନେଇଥିଲା ଭଣଜା । ତେବେ ଏ ଘଟଣା ବିଷୟରେ ମାମୁ ଘର ଲୋକଙ୍କୁ କିଛି ବି ଜଣା ନଥିଲା । କିନ୍ତୁ ଆଗାମୀ ୧୨ ମାର୍ଚ୍ଚରେ ବିଶ୍ରାମର ମାମୁ ଝିଅର ବିବାହ ହେବାର ଅଛି । ତେଣୁ ବିଶ୍ରାମର ମାମୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ । କିନ୍ତୁ ବ୍ୟାଙ୍କରେ ପହଞ୍ଚିବା ପରେ ତାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦେଖି ତାଙ୍କ ହୋସ ଉଡ଼ି ଯାଇଥିଲା । କାରଣ ତାଙ୍କ ଆକାଉଣ୍ଟରୁ ୭୫ ଲକ୍ଷ ଟଙ୍କା ଗାୟବ ଥିଲା । ସମାନ ଭାବେ ଅନ୍ୟ ତିନି ଜଣ ମାମୁଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ଲୁଟ ହୋଇଥିଲା ।

୪ ଜଣ ମାମୁଙ୍କର ଏତେ ଟଙ୍କା ଲୁଟ ହୋଇଥିବାରୁ ସେମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନାକୁ ଯାଇଥିଲେ ଏବଂ ନିଜ ଭଣଜା ନାଁରେ ଅଭିଯୋଗ କରିଥିଲେ । କିନ୍ତୁ ସମ୍ପୃକ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଭଣଜା ବିଶ୍ରାମ ଫେରାର ହୋଇଯାଇଛି । ତେବେ ଜଣେ ସମ୍ପର୍କୀୟ ହ୍ଵାଟ୍ସଆପ୍‌ କଲରେ ବିଶ୍ରାମଙ୍କ ସହ କଥା ହୋଇଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତ ବିଶ୍ରାମ ଅନଲାଇନ୍‌ ଗେମରେ ୧ କୋଟି ୯୧ ଲକ୍ଷ ଟଙ୍କା ହାରିଯାଇଛି । ତେଣୁ ସେ ନିଜ ମାମୁମାନଙ୍କ ଆକାଉଣ୍ଟରୁ ଏତେ ଲକ୍ଷ ଟଙ୍କା ଲୁଟ କରିଥିଲା । ବର୍ତ୍ତମାନ ପୋଲିସ ସମ୍ପୃକ୍ତ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.