Below header

ପରିକ୍ରମା ପ୍ରକଳ୍ପ ପାଇଁ ୧୬ରୁ ପୁରୀରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା, ନିୟୋଜିତ ହେବ ୬୦ଟି ବସ୍

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ୧୬ ତାରିଖରୁ ପୁରୀରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ ଆଣିବାକୁ ୬୦ଟି ବସ୍ ନିୟୋଜିତ କରାଯିବ ।

ପୁରୀ (କେନ୍ୟୁଜ): ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଲୋକାର୍ପଣକୁ ମଝିରେ ଆଉ ସପ୍ତାହେ । ଆସନ୍ତାକାଲି ସୁଦ୍ଧା ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ ଓବିସିସି । ଆଜି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପୁରୀରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଯଜ୍ଞ ସ୍ଥଳ, ଚାରି ଦ୍ବାରରେ ବେଦପାଠ ଆଦି ସ୍ଥାନ ବୁଲି ଦେଖିଛନ୍ତି । ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ପାର୍କିଂସ୍ଥଳର ସମୀକ୍ଷା କରିଥିଲେ । ୧୬ ତାରିଖରୁ ପୁରୀରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା । ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କୁ ଆଣିବାକୁ ୬୦ଟି ବସ୍ ନିୟୋଜିତ କରାଯିବ । ଏହି ସୂଚନା ଦେଇଛନ୍ତି ସୁରେଶ ମହାପାତ୍ର । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଏକ ଡ୍ରିମ ପ୍ରକଳ୍ପ । ସମଗ୍ର ଦେଶରେ ଏହା ଏକ ବିରଳ ପ୍ରକଳ୍ପ । ପରିକ୍ରମା ପ୍ରକଳ୍ପ ନିର୍ମାଣ କରିବା ଚ୍ୟାଲେଞ୍ଜ ଥିଲା। ଏହା ସଂପୂର୍ଣ୍ଣ ହେବା ପରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏକ ସୁନ୍ଦର ଅନୁଭୂତି ଓ ଆତ୍ମସନ୍ତୋଷ ଲାଭ କରିବେ ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ପୁରୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ହୋଇଛି । ଯୋଗ ଦେବେ ଦେଶର ୬୦ ଓ ରାଜ୍ୟର ୩୦ସ୍ଥାନରୁ ଅତିଥି ଓ ଲକ୍ଷାଧିକ ଭକ୍ତ ।  ଏଥିପାଇଁ ୧୪ ତାରିଖରୁ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ । ସହରକୁ ବ୍ଲାଙ୍କେଟ ସିକ୍ୟୁରିଟିରେ ରଖାଯିବ । ଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୁରୀ ସହର । ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.